ଯାଜପୁର/କୋଣାର୍କ, ରିପୋର୍ଟର)ସରୋଜ କୁମାର ଧଳ ଭଞ୍ଜଦୂତ
ବୁଧବାର ପୂର୍ବାହ୍ନରେ ଶ୍ରୀଲଙ୍କା ମିଡିଆ ଟିମ ସୁରକ୍ଷା ବଳୟରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ କରିଛନ୍ତି। ପ୍ରଥମେ ବ୍ୟାଖ୍ୟାନ କେନ୍ଦ୍ରରେ କିଛି ସମୟ ଅତିବାହିତ କରି ପରେ ସୂର୍ଯ୍ୟମନ୍ଦିର ଭିତରକୁ ଯାଇଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତିମୂର୍ତ୍ତି ଟିକିନିକ ଭାବେ ବୁଲି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା,ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
