ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ଭୋଲିଆ ସିକୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଟେନମୁଣ୍ଡା ଗ୍ରାମର ରେ ଦୀର୍ଘ ସମୟ ଧରି ଶବ ଅଟକି ରହିଥିଲା। ଗ୍ରାମରେ ଶ୍ମଶାନ ନ ଥିବା ନେଇ ନିଜ ମାଁ ଙ୍କ ଶବ ସଂସ୍କାର କରିବାରେ ପରିବାର ଲୋକେ ନାହିଁ ନଥିବା ସମସ୍ୟା ସମ୍ମୁଖୀନ ହୋଇଥିଲେ। କୋତେନମୁଣ୍ଡା ଗ୍ରାମର ଟଙ୍କଧର ଭୋଇ ଙ୍କ ସ୍ତ୍ରୀ ରମାକାନ୍ତି ଭୋଇ ଙ୍କ ଗତକାଲି ମୃତ୍ୟୁ ହୋଇଥିଲା। ସ୍ମାସନ୍ ଜମି ନଥିବା ନେଇ କାହା ଜମିରେ ଶବ ପୋଡ଼ିନାକୁ ଦେଲେ ନାହିଁ। ତେଣୁ ଦୀର୍ଘ ପାଞ୍ଚ ଘଣ୍ଟା କାଳ ଶବ ଘରେ ପଡ଼ି ରହିଥିବା ବେଳେ ଖଡିଆଳ ଏନ୍ ଏ ସି ରେ ପ୍ରୋଗ୍ରାମ ଆସିଷ୍ଟେଣ୍ଡ ଗଣେଶ ରାମ ଭୋଇ ଙ୍କ ମାଁ ଏଭଳି ସ୍ଥିତି ଦେଖି ଉପରସ୍ତ ଅଧିକାରୀ ଙ୍କୁ ଜଣାଇ ଥିଲେ। ତୁରନ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ଘଟଣାର ଗମ୍ଭୀରତା ଦୃଷ୍ଟି ରେ ଖଡିଆଳ ଅତିରିକ୍ତ ତହସିଲଦାର ଭୂପେନ୍ଦ୍ର ସିଂ ଙ୍କୁ ନିର୍ଦ୍ଧେଶ ଦେଇ ତୁରନ୍ତ ଶବ ସଂସ୍କାର କରିବା ସହ ଗ୍ରାମବାସୀଙ୍କୁ ୫୦ ଡିସିମିଲ ଶ୍ମଶାନ ଭୂଇଁ ଦେବାକୁ ନିର୍ଦ୍ଧେଶ ଦେଇଥିଲେ। ଗତକାଲି ଶବ ସଂସ୍କାର ପାଇଥିବା ବେଳେ ଆଜି ଗ୍ରାମବାସୀ ମାନେ ଶ୍ମଶାନ ଜମି ପାଇଁ ଜମି ଚିହ୍ନଟ ହେବ ବୋଲି ଜଣାପଡିଛି।ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଉର୍ବଶୀ ପାଣିଗ୍ରାହୀ ଯୋଗ ଦେଇଥିଲେ।
