ନୂଆପଡା (ମିଖାଏଲ ନନ୍ଦ) : ଖଡ଼ିଆଳ ମୁକ୍ତ ବିଚାର ମଞ୍ଚ ପକ୍ଷ ରୁ ପ୍ରତି ମାସ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। ‘ଆମ ସଂସ୍କୃତିର ଅବକ୍ଷୟର କାରଣ ପାଶ୍ଚାତ୍ୟ ଆଧୁନିକତା’ ଶୀର୍ଷକ ଆଲୋଚନା ଚକ୍ର କ୍ଷତ୍ରିୟ ପାଟଣା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଅଛି। ଅବସରପ୍ରାପ୍ତ ଶିକ୍ଷକ ସନାତନ ମହାହୁତି,ଓ ଶିକ୍ଷକ ଗୌରାଙ୍ଗ ସାହୁ ବିଷୟ ସପକ୍ଷରେ ତଥା କେ ଭି ମହାବିଦ୍ୟାଳୟ ଅଧକ୍ଷ ଡଃ. ପଦ୍ମ ଲୋଚନ ଵର୍ମା ଏବଂ ରୁଦ୍ର ପଦ୍ମିନୀ ହାଇ ସ୍କୁଲ,ପ୍ରଧାନ ଶିକ୍ଷକ ଡ. ସୁଶାନ୍ତ କୁମାର ବିଶି, ବିଷୟବସ୍ତୁ ବିପକ୍ଷରେ ଯୁକ୍ତି ବାଢିଥିଲେ। ପୂର୍ବତନ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚଟର୍ଜୀ ସଭାପତିତ୍ୱ କରିଥିଲେ।
ଆଲୋଚନା ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ। ଡ଼: ଫଣିନ୍ଦମ ଦେଓ, ସର୍ବଶ୍ରୀ ବାସୁଦେବ ସୁନାନୀ, କାର୍ତ୍ତିକ ବାଗ, ପଟାୟତ ସାହେବ, ଭୀଷ୍ମରାଜ ମେହେର, ଠାକୁର ଦାସ ମହାନନ୍ଦ, ନନ୍ଦ କିଶୋର ପ୍ରଧାନୀ, ନନ୍ଦଲାଲ ବାରିକ, ଭାନୁ ସୁନାନୀ, ଭଗତ ସିଂହ, ଲୋହିତାକ୍ଷ ଯୋଶୀ, କିଶୋର ବାଗ,ସାମୁଏଲ ଦାନୀ,ଗଜେନ୍ଦ୍ର ବାଗ, ଧୀରଜ ତାୟଲ, ବୋଧିସତ୍ୱ ବାଗ,ରିତେଶ ଦାସ,ଶ୍ରୀମତୀ ସବିତା ଚଟର୍ଜି, ଶ୍ରୀମତୀ ସାଇନା ପରବିନ ଅଧ୍ୟାପିକା ମୀନା ଗୁଜରାଟୀ ସହ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
