ନୂଆପଡା (ମିଖାଏଲ ନନ୍ଦ) :ନୂଆପଡ଼ା ଜିଲ୍ଲା କୁ ୟୁରିଆ ସାର ଯୋଗାଣ ହୋଇଥିବା ବେଳେ ଜିଲ୍ଲାର ୨୬ ଗୋଟି ସମବାୟ ସମିତି ରୁ ନୂଆପଡ଼ା ସମବାୟ ସମିତି କୁ ୭୪୫ ବସ୍ତା, ପରକୋଟ ୩୧୪, ବେଲଟୁକରି ୭୨୪ ବସ୍ତାସରାବଙ୍ଗ ୭୦୦, ତରବୋର୍ଡ ୭୦୦, ଦର୍ଲିମୁଣ୍ଡା ୭୧୦ ବସ୍ତା, କୁଳିଆବନ୍ଧା ୭୦୦, ଲଖନା ୭୧୦ ବସ୍ତା, ଖଡିଆଳ ବରଗାଁ ୩୧୦, ଖଇରା ୩୫୫ ବସ୍ତା, କରଙ୍ଗାମାଲ ୩୮୩ ବସ୍ତା, କାଣ୍ଡେତରା ୬୪୨, ନିଲଜି ୭୦୦, ପେଣ୍ଡରାବନ୍ଧ ୩୬୪, ଖଡିଆଳ ସମବାୟ ସମିତି ୭୧୦ ବସ୍ତା ୟୁରିଆ ସାର ଯୋଗାଣ ହୋଇଅଛି। ଆସନ୍ତା କାଲି ୟୁରିଆ ସାର ଯୋଗାଣ ହେବ। ସମସ୍ତ ଙ୍କୁ ଆଧାର କାର୍ଡ ଏବଂ ଜମି ପଟ୍ଟା ଧରି ଆସିବାକୁ ଆହ୍ବାନ କରିଛନ୍ତି। ଡୁଆଝର ସମବାୟ ସମିତି କୁ ସାର ଯୋଗାଣ ପାଇଁ ଦାବୀ କରୁଛନ୍ତି। ଜିଲ୍ଲା କୃଷକ ଶକ୍ତି ସଙ୍ଗଠନ ଆବାହକ ସଂଜୟ ତିୱାରୀ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।ୟୁରିଆ ସାର ନେବା ପାଇଁ ଲମ୍ବା ଧାଡ଼ି କୁ ଘୁଞ୍ଚାଇବାକୁ ହେଲେ ଗ୍ରାମାଞ୍ଚଳ ରେ ଥିବା ଘରୋଇ ଡିଲର କୁ ମଧ୍ୟ ସାର ଯୋଗାଣ ହୋଇ କୃଷି ବିଭାଗ କର୍ମଚାରୀ ଙ୍କ ଉପସ୍ଥିତି ରେ ସାର ବିକ୍ରି ହେବ।
