(ଯାଜପୁର ବୁଢ଼ାବନ୍ଦ ସାଜିଛି ମରଣ ଜନ୍ତା)
ଯାଜପୁର: ) ରିପୋର୍ଟର ସରୋଜ କୁମାର ଧଳ ଭଞ୍ଜଦୂତ
ଯାଜପୁର ନିର୍ବାଚନ ମଣ୍ଡଳୀ ର ଯାଜପୁର ବ୍ଲକ ର ବୁଢ଼ା ବନ୍ଧ ଟି ସମ୍ପୂର୍ଣ ଭାବେ ନଷ୍ଟ ହେବାକୁ ବସିଲାଣି . ଏହି ବନ୍ଧରେ ସ୍କୁଲୁ କଲେଜେ ପିଲା ଏବଂ ଜନସାଧାରଣ ଆସିବା କଷ୍ଟକର ହୋଇପଡ଼ିଲାଣି ତାହା ସହିତ ଆମ୍ବୁଲାଆନ୍ସ ଏବଂ ଅଗ୍ନିଶମ ଗାଡି ଜନସାଧାରଣ ଙ୍କ ପାଖରେ ଠିକି ସମୟରେ ପହଂଚିବା କାଠିକର ପାଠ ହେଇଯାଉଛି. ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଓ ଚାରିଚକିଆ ଯାନ ଯିବା ଆସିବା ବହତୁ କଷ୍ଟ କର ହେଇପଡ଼ିଲାଣି. ଏହି ବନ୍ଧରେ କୋଟି କୋଟି ଟଙ୍କା ବରଦାରେ ବନ୍ଧରେ ନୂତନ ରାସ୍ତା ନିର୍ମାଣ ହୋଇଥିଲା. କିନ୍ତୁ ବନ୍ଧ ରାସ୍ତା ରେ ଏବେ ଖାଲି ଦେଖିବାକୁ ମିଳୁଛି ଦଶ ଚକିଆ ଓ ବାର ଚକିଆ ବାଲି ଗାଡି.. ଏହି ରାସ୍ତା ହେଇଥିଲା କା ପାଇଁ ଜନସାଧାରଣ ପାଇଁ ନା ବାଲି ମାଫିଆ ଙ୍କ ପାଇଁ ? କଣ ପାଇଁ ରାସ୍ତା ମରା ମତି ହୋଉ ନାହିଁ. ଜିଲ୍ଲା ପ୍ରଶାସନ କାହିଁକି ନଉନି କୋଣସି ପଦକ୍ଷେପ ଜନସାଧାରଣ ପାଇଁ. ସ୍ତାନୀୟ ପ୍ରତିନିଧି ମାନେ ରାସ୍ତା ର ମରା ମତି ପାଇଁ କାହିଁକି ଜିଲ୍ଲା ପାଳଙ୍କ ପାଖରେ ଲିଖିତ ଅଭିଯୋଗ ଦେଉନାହାନ୍ତି. ନା ମୋଟା ଅଙ୍କ ର ଏକାଉଣ୍ଟୁ କୁ ଯାଉଚି ସେଥିପାଇଁ ଚୁପୁ ବସିଛନ୍ତି ପ୍ରଶାସନ ପ୍ରଶାସକ ଓ ସ୍ତାନୀୟ ନେତା? ଯାହା ଦେଖିବା ବାକିରହିଲା ଜିଲ୍ଲା ପ୍ରଶାସନ ଓ ସ୍ତାନୀୟ ନେତା ମରାମତି ପାଇଁ କେବେ ପଦକ୍ଷେପ ନେଉଛନ୍ତି. ଯଦି ଯଥା ଶୀଘ୍ର ରାସ୍ତା ମରା ମତି ନ ହୁଏ ବାଲି ଗାଡି ଅଟକେଇବା ସହିତ ଜୋର ଦାର ଆନ୍ଦୋଳନ ହେବ ବୋଲି ଜନ ସାଧାରଣ ମାନେ ଆହାୱାନ ଦେଇଛନ୍ତି