ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅନଷ୍ଠିତ।
ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ବୁଧବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକ ଏହି ବୈଠକକୁ ଅଧ୍ୟକ୍ଷତା କରିଥିଲେ । ସବୁ କ୍ଷେତ୍ରରେ ଆଧାର ବାଧ୍ୟତା ମୂଳକ କରାଯାଇଥିବାରୁ ସେଥିରେ ନିର୍ଭୁଲ ତଥ୍ଯ ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଛନ୍ତି।
ତେଣୁ ଜନ୍ମଠାରୁ ସମସ୍ତ ବର୍ଗର ବ୍ୟକ୍ତିଙ୍କ ଆଧାର କାର୍ଡ ପ୍ରସ୍ତୁତି କରାଯିବ। ସେଥିରେ ସତର୍କତା ଅବଲମ୍ବନ କରିବା ସହିତ ନିଜ ନିଜ ବିଭାଗର ହିତାଧିକାରୀ ମାନଙ୍କର ଯେମିତି ଶତ ପ୍ରତିଶତ ଆଧାର ପଞ୍ଜିକରଣ ହୋଇପାରିବ ସେଥିପାଇଁ ସଚେତନତା ଓ ସ୍ଵତନ୍ତ୍ର ଆଧାର ପଞ୍ଜିକରଣ ଶିବିର ଆୟୋଜନ କରିବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁକ୍ଷତଃ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଜନ୍ମରୁ ୫ବର୍ଷ ଶିଶୁ ଏବଂ ଜିଲ୍ଲା ଶିକ୍ଷ୍ୟା ଅଧିକାରୀଙ୍କୁ ୫ ରୁ ୧୮ବର୍ଷ ବର୍ଗର ଛାତ୍ର ଛାତ୍ରୀ ମାନଙ୍କ ସ୍ଵତନ୍ତ୍ର ଆଧାର ପଞ୍ଜିକରଣ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ୧୦ବର୍ଷରେ ଥରେ ସମସ୍ତେ ଯେମିତି ନିଜ ନିଜର ବାୟୋମେଟ୍ରିକ ଅପଡେଟ୍ କରିବେ ତାପାଇଁ ଜନସାଧାରଣଙ୍କୁ ସଚେତନ କରାଇବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ବାରା ଆଧାର ଡାଟାବେଶ ନିର୍ଭୂଲ୍ ରହିବା ସହିତ ହିତାଧିକାରୀ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲାଭ ଉଠେଇ ପାରିବେ ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଆଧାର ନୋଡାଲ ଅଧିକାରୀ ବୌଦ୍ଧ ଅନିରୁଦ୍ଧ ପଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂଘମିତ୍ରା ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କିଶାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା, ଜିଲ୍ଲା ମୁଖ୍ୟ ଇଣ୍ଡିଆନ ପୋଷ୍ଟ ଦେବବ୍ରତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ଯୁଧିଷ୍ଠିର ମେହେର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରଭଙ୍ଗା ବିଜୟ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଣ୍ଟାମାଳ ସୂର୍ଯ୍ୟ ନାରାୟଣ ଦାସ, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ଡନ ବୋସ୍କୋ, ଜିଲ୍ଲା ଆଧାର ସଂଯୋଜକ ସୁରେନ୍ଦ୍ର ଗାଇଗୌରିଆ (ସାରଦା ସିଷ୍ଟମ୍ ପ୍ରା. ଲି.), ଗୌତମ ମେହେର (ସହଜ ଇ- ଭିଲେଜ୍ ଲି.) ଓ ଅନିରୁଦ୍ଧ ମହାମଲ୍ଲିକ (କମନ ସର୍ଭିସ୍ ସେଣ୍ଟର) ପ୍ରମୁଖ ଯୋଗଦାନ କରିଥିଲେ। UIDAI ରାଜ୍ୟ କାର୍ଯ୍ୟାଳୟ ପ୍ରତିନିଧି ଜ୍ୟୋତିପ୍ରକାଶ ଗୁରୁ ପାୱାର ପଏଣ୍ଟ ପ୍ରେଜେନଣ୍ଟେସନ ମାଧ୍ୟମରେ ଜିଲ୍ଲାରେ ଆଧାର ଷ୍ଟାଟସ୍ ଉପସ୍ଥାପନା କରିଥିଲେ । ଜିଲ୍ଲା ଇ- ଗଭର୍ଣ୍ଣାସ ମ୍ୟାନେଜର ସମୀର କୁମାର ନାଏକ ବୈଠକ ପରିଚାଳନା କରିଥିଲେ ।
