ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ପୋଲିସ କୁ ବଡ ସଫଳତା ମିଳିଅଛି। ଦୀର୍ଘ ଦିନ ପରେ ଗଞ୍ଜେଇ ଚଲାନ ଖବର ପାଇ ଖଡିଆଳ ବଡଦୋହେଲ ଛକ ଠାରେ ଦୁଇ ଯୁବକ ବସ ଅପେକ୍ଷା ଥିବା ବେଳେ ତାଙ୍କ ଠାରେ ଗଞ୍ଜେଇ ଥିବା ସୂଚନା ପାଇବା ମାତ୍ରେ ପୋଲିସ ଦଳ ପହଞ୍ଚି ତାଙ୍କୁ କବୁ କରିଥିଲେ। ସେଠାରୁ ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି। ଦୁଇ ଅଭିଯୁକ୍ତ ଅଟକ କରି ଅଧିକ ତଦନ୍ତ ଜାରି ରହିଥିବା ଖଡିଆଳ ଏସ ଡି ପି ଓ ଉପେନ୍ଦ୍ର ପ୍ରଧାନ ପରକାଶ କରିଛନ୍ତି। ଖଡିଆଳ ଥାନା କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଖଡିଆଳ ପୋଲିସ ସୂଚନା ଦେଇଛନ୍ତି। ଖଡିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଉତ୍ତରପ୍ରଦେଶ ର ବୋଲି ପୋଲିସ ତଦନ୍ତ ରୁ ଜଣାପଡିଛି। ଏହି ଗଞ୍ଜେଇ ବାଲିମେଲା ଅଞ୍ଚଲରୁ ଆଣି ଉତ୍ତର ପ୍ରଦେଶ କୁ ରପ୍ତାନି କରିବା ଫିରାକ ବେଳେ ଖଡିଆଳ ପୋଲିସ ଜାବୁଡ଼ି ଧରିଥିଲେ।ଖଡିଆଳ ଥାନା ରେ ଏକ ମାମଲା ରୁଜୁ ହୋଇଅଛି।
