ତିର୍ତ୍ତୋଲ (ଗୋପାଳ କୃଷ୍ଣ ଦାସ) : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗା ଏରସମା ରାସ୍ତାର ବଡିଲୋ ଛକରେ ଗତରାତି ରେ କୁଖ୍ୟାତ ଚୋର କୁହାଯାଉ ଥିବା ପପେୟା ନାମକ ଜୈନିକ ବ୍ୟକ୍ତି ମାତାଲ ଅବସ୍ଥାରେ ଏକ ଟ୍ରକ ଯୋଗେ ଆସି ଏକ ମହିଳାଙ୍କୁ ଜୀବନରେ ମାରି ଦେବାକୁ ଟ୍ରକ ଚଢ଼ିଇବାକୁ ଯାଇ ଏକ ନଡ଼ିଆ ଗଛରେ ପିଟି ହୋଇଛି । ଏହାକୁ ଗ୍ରାମବାସୀ ଵିରୋଧ କରିବାରୁ ମରଣା ଅସ୍ତ୍ର ଧରି ଗ୍ରାମବାସୀ ଙ୍କୁ ଗୋଡ଼ାଇ ଥିଲା ପପେୟା । ଏପରିକି ନିକଟସ୍ଥ ଜଣେ ଝାଲ ମଟର ବିକୁଥିବା ଲୋକଙ୍କୁ ମାଡ଼ମାରି ହାତ ଭାଙ୍ଗିବା ପରେ । ରାତିଯାକ ତୁମ୍ବୀ ତୋଫାନ କରିଥିଲା ସେହି ନିଶାଡୀ ଜଣକ । ପୋଲିସ ଥାନାକୁ ସ୍ଥାନୀୟ ଲୋକେ ଲୋକେ ଫୋନ କରିଥିବା ବେଳେ ପୁଲିସ ଆସିବା ବିଳମ୍ବ ହେବାରୁ ମହିଳା ମାନେ ଆଜି ଭୋର ୬ ଟାରୁ ରାସ୍ତା ରୋକ କରିଥିବା ଦେଖା ଯାଇଛି । ପ୍ରାୟ ୨ଘଣ୍ଟା ରାସ୍ତାରୋକ ହେବା ପରେ ତିର୍ତ୍ତଲ ପୋଲିସ ଆସି ସେହି ବଡିଲ ଗ୍ରାମର ଘରେ ନିଶାଗ୍ରସ୍ତ ଅବସ୍ଥାରେ ସୋଇଥିବା ପପେୟା କୁ କୁ ଗିରଫ କରିଛି । ଆସମୀ ପାରାଦୀପ ରୁ ଏକ ଟ୍ରକ ନେଇ ଆସିଥିବା ଖବର ମିଳିଛି । କିନ୍ତୁ ରିଫାଇନ ତେଲ ବୋଝଇ ଟ୍ରକ ଟି କେଉଁ ମାଲିକ ଦେଇଛି କି ଟ୍ରକ ଟି କାହାଠାରୁ ଜୋର ଜବରଦସ୍ତ ଉଠାଇ ଆଣିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ । ପୋଲିସ ଟ୍ରକ ଟିକୁ ସିଜ କରିଛି । କେବଳ ଏହିକି ନୁହେଁ ସେହି ଯୁବକ ନାମରେ ଆଗରୁ ରୋରି, ଡକାୟତି, ରାହଜନୀ ଭଳି ଘଟଣା ଅଧିକାଂଶ ଥାନାରେ ଥିବାବେଳେ । ନିକଟରେ ବହୁବାର ଜେଲ ଫେରନ୍ତା କୁ ପୋଲିସ କିଭଳି ନଜର ରଖି ନଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିଭଳି ଗତ ଦୁଇ ସପ୍ତାହ ପୂର୍ବରୁ ବଡିଲ ନିକଟସ୍ଥ ନରୁଆ ଛକ ଠାରେ ଦୁର୍ଗା ଙ୍କ ମନ୍ଦିର ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହେବା ଓ ଜଗନ୍ନାଥପୁର ବଜାରରେ ଦୋକାନ ଭାଙ୍ଗିବା ଘଟଣା ରେ ପୋଲିସ ର ନୀରବତା କୁ ନେଇ ଅଞ୍ଚଳ ବାସି ଭୟଭୀତ ଅଛନ୍ତି ।
