
ବ୍ରହ୍ମପୁର,….ଖଲିକୋଟ ଏକକ ବିଶ୍ଵ ବିଦ୍ୟାଳୟ ପରିସରରେ ଦକ୍ଷିଣ ଓଡ଼ିଶା ଇତିହାସ ସମିତିର 8ଷ୍ଟମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଅଧିବେଶନରେ ତିରୁପତି ବିଶ୍ଵ ବିଦ୍ୟାଳୟ ଇତିହାସ ବିଭାଗର ପ୍ରାକ୍ତନ ମୁଖ୍ୟ ଅଧ୍ୟାପକ ପ୍ରଫେସର ଆନନ୍ଦ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ଦକ୍ଷିଣ ଓଡ଼ିଶାରେ ଆନ୍ଧ୍ର ସଂସ୍କୃତିର ପ୍ରଭାବ ଉପରେ ଏକ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ।ଖଲିକୋଟ ଏକକ ବିଶ୍ଵ ବିଦ୍ୟାଳୟର ଇତିହାସ ବିଭାଗର ମୁଖ୍ୟ ଡ ପ୍ରଶାନ୍ତ କୁମାର ନରେନ୍ଦ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ବାଗତ ଭାଷଣ ଦେଇଥିଲେ।ଉକ୍ତ ବିଭାଗର ଅତିଥି ଅଧ୍ୟାପକ ଡ ରାଜେନ୍ଦ୍ର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟତମ ଅତିଥି ଅଧ୍ୟାପକ ଡ ଶିବ ପ୍ରସନ୍ନ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ।ଉକ୍ତ ଅଧିବେଶନ ରେ ସମିତିର ସଭାପତି ତଥା ତାମିଲନାଡୁ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ ଇତିହାସ ପ୍ରଫେସର ଡ ଭଗବାନ ସାହୁ ସଭାପତିତ୍ବ କରିଥିଲେ।ସଂସ୍ଥାର ସମ୍ପାଦକ ପ୍ରଫେସର ଶିବ ପ୍ରସାଦ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ।ଉକ୍ତ ଅଧିବେଶନରେ ପ୍ରବାଦ ପୁରୁଷ ତଥା ବରିଷ୍ଠ ଐତିହାସିକ ଅଶୋକ କୁମାର ରଥଙ୍କ ସମେତ ଡ ବୃନ୍ଦାବନ ମିଶ୍ର,ବିଷ୍ଣୁ ପ୍ରସାଦ ରଥ, ଡ କାହ୍ନୁ ଚରଣ ମହାରଣା, ଡ ଜବାହାର ଚୌଧୁରୀ, ଡ ଗୋକୁଳାନନ୍ଦ ପାତ୍ର,ଏକସହ ପ୍ରତିନିଧି ବିଭିନ୍ନ ପ୍ରାନ୍ତରୁ ଯୋଗ ଦେଇଥିଲେ।