*ଭୀଷଣ ବର୍ଷା ଯୋଗୁଁ ଦୋକାନ ଉପରେ ଉପରେ ମାଡି ବସିଲା ବିରାଟକାୟ କଇଁଆ ଗଛ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଗଁନ୍ଦିଆ ବ୍ଲକ କରମୂଳ ପଞ୍ଚାୟତ ହାତିବାରୀ ଗ୍ରାମର ଆତ୍ରବନ୍ଧୁ ପରିଡ଼ାଙ୍କ ଦୋକାନ ଉପରେ ଲାଗିରହିଥିବା ଲଗୁଚାପ ଜନିତ ବର୍ଷାଯୋଗୁ ବିରାଟକାୟ କଇଁଆଗଛା ମାଡ଼ିବସିଛି, ଗଛ ଉପୁଡିବା ସମୟରେ ଆତ୍ରବନ୍ଧୁ ଦୋକାନ ଭିତରେ ବସିଥିଲେ, ତାଙ୍କର ମୋଟ ପରିବାର ସଖ୍ୟା ପଞ୍ଚଜଣ ସେହି ଦୋକାନ ଉପରେ ନିର୍ଭର କରି ପ୍ରତିପୋଷଣ ହେଉଥିଲେ, ଏତେବଡ଼ ବିପଦରୁ ସେ ଅଳ୍ପକେ ବର୍ତ୍ତିଗଲେ ମଧ୍ୟ ବହୁତ ଦେହରେ ଆଘାତ ଲାଗିଛି ଓ ଦୋକାନ ରୁ ବହୁତ ଜିନିଷ ନଷ୍ଟ ହୋଇଯାଇଛି l
