ନୂଆପଡା (ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ଛକ ସମ୍ମୁଖ ରେ ଏକ ମାନସିକ ବିକୃତ ମହିଳା ବୁଲୁ ଥିବା ବେଳେ ଅର୍ପଣ ନିୟୁଜ୍ ରେ ଏହି ଖବର ପ୍ରକାଶ ହୋଇ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନିବେଦିତା ଦାଶ ଫୋନ୍ ଯୋଗେ, ଯୋଗ ଯୋଗ କରି ତୁରନ୍ତ ଉଦ୍ଧାର କରିବା ସହ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଏମ୍ବୁଲେନ୍ସ ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରିଛନ୍ତି। ସେଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନିବେଦିତା ଦାଶ ସାକ୍ଷାତ କରି ତାକୁ ସମ୍ବଲପୁର ପଠାଇବା ବ୍ୟବସ୍ଥା କରିବାକୁ କହିଛନ୍ତି। ଖଡିଆଳ ଠାରେ ଖଡିଆଳ ତହସିଲଦାର ନରସିଂହ ଗଡ଼ବା, ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଆଇନଯିବିଆ ଲୋକ ତିୱାରୀ, ରାଜେଶ ପୋଡ଼, ରାଜେଶ ଦର୍ଜି, ସଂଜୟ ଦର୍ଜୀ, ଦାମୋଦର ବାଇମାଲ, ରତ୍ନାଞ୍ଜଳି ସେନାପତି ପ୍ରମୁଖ ଯୋଗ ଦେଇଥିଲେ।
