ନୂଆପଡା (ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ଅନ୍ତର୍ଗତ ବ୍ଲକ ଛକ ଠାରେ ମାନସିକ ବିକୃତ ମହିଳା ବୁଲୁଥିବା ବେଳେ ତାଙ୍କ ମୁଣ୍ଡ ରେ ବ୍ୟାପକ କ୍ଷତ ହୋଇଥିଲା। ଏହି କ୍ଷତ ଦେଖି ଅର୍ପଣ ନିୟୁଜ ରେ ଉଦ୍ଧାର ପାଇଁ ନିବେଦନ କରିଥିଲେ। ତୁରନ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାସ ମହିଳା ଙ୍କ ଉଦ୍ଧର ନେଇ ରାତ୍ରୀରେ ପ୍ରୟାସ କରିଥିଲେ।କିନ୍ତୁ ଆଜି ସକାଳୁ ମାନସିକ ବିକୃତ ମହିଳା ଙ୍କୁ ଖଡିଆଳ ଏନ ଏ ସି ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଆଇନଜିବୀ ଆଲୋକ ତିୱାରୀ, ସ୍ବେଛାସେବୀ ରାଜୁ ପୋଡ଼, ହେଲ୍ପ ଫର ହେଳପ୍ଲେସ ପିପୂଳ ରାଜେଶ ଦର୍ଜି ନେଇ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ସହ ଆସନ୍ତା ଦିନ ରେ ସମ୍ବଲପୁର ଏକ ସ୍ବେଛାସେବୀ ଅନୁଷ୍ଠାନ କୁ ଦିର୍ଘ୍ ଚିକିତ୍ସା ପାଇଁ ପଠାଇବା ବ୍ୟବସ୍ଥା ରହିଅଛି।
