ରେଢ଼ାଖୋଲ (ଭିକାରୀ ଚରଣ ପ୍ରଧାନ): ସମ୍ବଲପୁର ଜିଲ୍ଲା ରେଢାଖୋଲ ସହରର ସ୍ଥାନୀୟ କଦମ୍ବ ପଡିଆ ଠାରେ ମଙ୍ଗଳବାର ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମାନ୍ୟବର ସୁରେଶ ପୂଜାରୀ ମୁଖ୍ୟ ଯୋଗ ଦେଇ ଆମ ସରକାର ଗରିବ ଅସହାୟ ଭୂମିହୀନ ପରିବାର ଲୋକଙ୍କୁ ଜମି ପଟ୍ଟା ସଂକ୍ରାନ୍ତୀୟ ସମାଧାନ କରିବା ସହିତ ପ୍ରତ୍ୟେକ ଗରିବ ପରିବାରଙ୍କୁ ଜମିପଟ୍ଟା ଯୋଗାଇ ଦେବାକୁ ଅଙ୍ଗିକାର୍ ବଧ୍ୟ ଅଟେ । ଆମ ସରକାର କାହାକୁ ହେଲେ ଭୁମିହୀନ ପରିବାର କରିବାକୁ ଦେବେ ନାହିଁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ୍ ବନ୍ଦର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଧାଂଶୁ କୁମାର୍ ଭୋଇ, ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ଏନ୍ ଏ ସି ଅଧ୍ୟକ୍ଷ ଶିବରାମ ସାହୁ, ରେଢ଼ାଖୋଲ ବ୍ଲକ୍ ଅଧ୍ୟକ୍ଷ ପ୍ରଦିପ ପ୍ରଧାନ, ନାକଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ସ୍ବରୁପାରାଣୀ ସାହୁ ପ୍ରମୁଖ ମଞ୍ଚାସିନ ରହିଥିଲେ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରେଢ଼ାଖୋଲ ତହସିଲଦାର ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଡ଼ିଓ ରାଜେନ୍ଦ୍ର ନାରାୟଣ ସେନାପତି, ନାକଟିଦେଉଳ ତହସିଲଦାର ଅମରେନ୍ଦ୍ର ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥି ମାନଙ୍କ ଦ୍ବାରା ବସୁନ୍ଧରା ଯୋଜନାରେ ମୋଟ୍ ରେଢ଼ାଖୋଲ ବ୍ଲକ୍ ରେ ୧୯୪ ଜଣ ହିତାଧିକାରୀ, ନାକଟିଦେଉଳ ବ୍ଲକ୍ ରେ ୭୪ ଜଣ, ଜଙ୍ଗଲ ଜମି ପଟ୍ଟାରେ ରେଢ଼ାଖୋଲ ବ୍ଲକ୍ ରେ ୧୯୨ ଜଣ, ନାକଟିଦେଉଳ ବ୍ଲକ୍ ରେ ୪୧ ଜଣ ଏବଂ ସ୍କୁଲ ଓ କଲେଜ ମାନଙ୍କୁ ପଟ୍ଟା ହସ୍ତାନ୍ତର ରେ ରେଢ଼ାଖୋଲ ବ୍ଲକ୍ ରେ ୯୨, ନାକଟିଦେଉଳ ରେ ୩୯ ଜଣ ହିତାଧିକାରୀ ସମେତ ମୋଟ୍ ୬୩୩ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଥିଲା ।
