ସମ୍ବଳପୁର (ଭିକାରୀ ଚରଣ ପ୍ରଧାନ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ମଙ୍ଗଳବାର ଦିନ ବିଶ୍ଵ ହାତୀ ଦିବସ ଉପଲକ୍ଷେ ରେଢ଼ାଖୋଲ ବନଖଣ୍ଡ ତରଫରୁ ସାମ୍ୱାଦିକ ମାନଙ୍କୁ ନେଇ ଏକ ଦିବସୀୟ ସମ୍ମିଳନୀ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ର ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଟି. ଅଶୋକ କୁମାର ଯୋଗ ଦେଇ ଆମ ଓଡ଼ିଶାରେ ହାତୀ ଙ୍କୁ ଦେବତୁଲ୍ୟ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଗଣମାଧ୍ୟମ ହେଉଛି ହାତୀ ଓ ମଣିଷ ମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କର ମୂଳଦୁଆ ବୋଲି ପ୍ରତିକ୍ରିୟା ଦେବା ସହ ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ହାତୀ ମଣିଷ ସଂଘର୍ଷ ଏବଂ ମୃତ୍ୟୁ କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ସହିତ ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା ଚାଷଜମିକୁ ଅନୁକମ୍ପା ଆପ ମାଧ୍ୟମରେ ଚାଷୀ ମାନଙ୍କୁ ଯଥା ଶୀଘ୍ର ଅନୁକମ୍ପା କ୍ଷତି ପୂରଣ ପ୍ରଦାନ କରାଯାଉଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବରେ ଭୁବନେଶ୍ୱର ଆରଏମଏନଏଚ ର ଡ଼ ଦେବୀ ପ୍ରିୟଦର୍ଶିନୀ ଯୋଗ ଦେଇ ହାତୀ ଓ ମନୁଷ୍ୟ ସଙ୍ଘର୍ଷ ବନ୍ଦ କରିବା ସାମ୍ୱାଦିକ ମାନଙ୍କ ଅବଦାନ ରହିଛି। ହାତୀ ପ୍ରତି ମଣିଷ ସମ୍ବେଦନଶୀଳ ହେଲେ ସଂଘର୍ଷ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ, ହାତୀ ବଂଶନୁଗତ ଭାବରେ ନିର୍ଦ୍ଧାରିତ ଥିବା ଚଲାପଥ ରାସ୍ତାରେ ଯାତାୟାତ କରିଥାନ୍ତି। ସଂରକ୍ଷଣ ଜଙ୍ଗଲରେ ହାତୀ ମାନଙ୍କ ପାଇଁ ଖାଦ୍ୟ ଅଭାବ ଯୋଗୁଁ ବିଭିନ୍ନ ଗ୍ରାମକୁ ହାତୀ ପ୍ରବେଶ କରୁଛି। ଜଙ୍ଗଲ ଗୁଡିକରେ ହାତୀ ଖାଦ୍ୟ ଜାତୀୟ ବୃକ୍ଷ ଲଗାଇବା ପାଇଁ ସମସ୍ତେ ସଚେତନ ବାର୍ତ୍ତା ଦେବା ପାଇଁ ଆଲୋକପାତ କରିଥିଲେ। ତା ସହିତ ବନ୍ୟପ୍ରାଣୀ ମାନଙ୍କ ରିପୋର୍ଟ ସମୟରେ ସାମ୍ୱାଦିକ ମାନଙ୍କ ସୁରକ୍ଷା ତଥା ସମାଜକୁ ଏକ ସୁସ୍ଥ ତଥା ପ୍ରଭାବକାରୀ ବକ୍ତବ୍ୟ ରଖିବାକୁ ଶ୍ରୀ ଅଶୋକ କୁମାର ସମ୍ବୋଧନ ରେ କହିଥିଲେ।
