
ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଦୁଇ ଦିନିଆ ଗସ୍ତରେ ଥିବା ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖଡିଆଳ ଠାରେ ଆମ୍ବେଦକର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ଖଡିଆଳ ଠାରେ ଦଳୀୟ କର୍ମୀ ମାନେ ବିପୁଳ ସମ୍ବର୍ଦ୍ଧନା ଦେଇଥିବା ବେଳେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ସେହିପରି ଖଡିଆଳ ଠାରେ ସୁବାଷ ଚନ୍ଦ୍ର ବୋଷ ଏବଂ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ବର୍ତ୍ତମାନ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ପରେ ବଲାଙ୍ଗୀର ଜିଲ୍ଲା ର ରାଣୀପୁର ଝରିଆଲ ଠାରେ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି। ଆଜି ୧୧ ତାରିଖ ଠାରୁ ନରେନ୍ଦ୍ର ମୋଦି ଜୀଙ୍କ ଜନ୍ମ ଦିବସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଗସ୍ତ ବେଳେ ଖଡିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବରିଷ୍ଠ ନେତା ଶିବ ପ୍ରସାଦ ମୁଣ୍ଡ, ସଂଜୟ ତିୱାରୀ, ଅଜିତ୍ କିଶୋର ଚଲାନ, ପୁଷ୍ପାଞ୍ଜଳୀ ପାଣ୍ଡେ, ଜ୍ଞାନ ରଞ୍ଜନ ମେଘ, ମୋନାଜ୍ ପଟ୍ଟନାୟକ, ପ୍ରିୟ ରଂଜନ ମେହେର ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ।