
ଯାଜପୁର /ଚଣ୍ଡିଖୋଲ
ବାଲିଚନ୍ଦ୍ରପୁର ଥାନା ଘେରିଲା ବଡ଼ଚଣା କଂଗ୍ରେସ
ବିଭିନ୍ନ ଦାବି ନେଇ ଯାଜପୁର ବାଲିଚନ୍ଦ୍ରପୁର ଥାନା ଘେରିଲା ବଡ଼ଚଣା କଂଗ୍ରେସ। ପିସିସିର ନିର୍ଦ୍ଦେଶ କ୍ରମେ ବଡ଼ଚଣା କଂଗ୍ରେସ ନେତା ଅଜୟ ସାମଲଙ୍କ ନେତୃତ୍ୱରେ ଆଜି ଶତାଧିକ କର୍ମୀ ବାଲିଚନ୍ଦ୍ରପୁର ବଜାର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ସମ୍ମୁଖରେ ପହଂଚି ବିଭିନ୍ନ ନାରାବାଜି କରିଥିଲେ। ବିଶେଷ କରି ନିକଟରେ ବାଲିଚନ୍ଦ୍ରପୁର ଥାନାରେ ଘଟିଥିବା ଥାର୍ଡ଼ ଡିଗ୍ରୀ ଘଟଣା, ଥାନା ଅଂଚଳରେ ପୋଲିସର ଜୁଲମ, ନାରୀ ନିର୍ଯ୍ୟାତନା, ଚୋରି, ଡ଼କାୟତି ବୃଦ୍ଧି, ନିଶା କାରବାର ବୃଦ୍ଧି, ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ନେଇ କଂଗ୍ରେସ ଦୃଢ଼ ପ୍ରତିବାଦ କରିଛି। ସରକାରୀ ଦଳ ଇଙ୍ଗିତରେ ଥାନା ଚାଲିଥିବା ବେଳେ ପୋଲିସ ନିଷ୍କ୍ରିୟ ସାଜିଛି। ଆଗାମୀ ଦିନରେ ପୋଲିସ ଏଥିରୁ ନିବୃତ୍ତ ନରହିଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଦଳ ଚେତାବନୀ ଦେଇଛି। ଏହି ଅବସରରେ ଥାନା ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲ