
ନୀରବତା ହିଁ ନୀରାପତ୍ତା ଗଣତନ୍ତ୍ର ପାଇଁ ବିପଦଜନକ
ଯାଜପୁର । ନୀରବତା ହିଁ ନିରାପତ୍ତା ନୀତି ଏକ ସୁସ୍ଥ , ସମୃଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ପରମ୍ପରା ପାଇଁ ବିପଦ ଜନକ। ଏଭଳି ଅବସ୍ଥାରେ ଅନ୍ୟାୟ ବିରୋଧରେ କଲମ ଚଲାଉଥିବା ନିଷ୍ଠାପର ସାମ୍ବାଦିକ ଗଣତନ୍ତ୍ର ପାଇଁ ବଡ ସମ୍ପଦ ଓ ସାମର୍ଥ୍ୟ । ଓଡିଶା ସାମ୍ବାଦିକ ସଂଗଠନର ‘ସମନ୍ବୟର ପ୍ରତିବିମ୍ବ ସାମ୍ବାଦିକତା, ସେବା ଓ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି ।
ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ଓଡିଶୋ ଫଚାୟତ ଅଣ୍ଡେଇ ଗୋଡା ଠାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଶ୍ରୀ ଶତପଥୀ କହୁଥିଲେ ଯେ, ଉଦାରବାଦ ଅର୍ଥନୀତି କେବଳ ଅର୍ଥନୀତିରେ ସୀମିତ ରହିବା କଥା I ହେଲେ ରାଜନୈତିକ, ସାମାଜିକ, ସାଂସ୍କୃତିକ ଏବଂ ବ୍ୟକ୍ତିଗତ ଜୀବନରେ ଯାବତୀୟ ବିଶୃଙ୍ଖଳା କ୍ଷେତ୍ରରେ ଉଦାରବାଦର ପ୍ରଭାବ ପଡୁଛି। ଯିଏ ଯାହା ବିଶୃଙ୍ଖଳା କରିଗଲେ ବି ସେଥନେଇ ବ୍ୟବସ୍ଥା ଉଦାର ରହୁଛି। ସାମ୍ବାଦିକଟି ଖବର ପରିବେଷଣ କାର୍ଯ୍ୟରେ ସଂଯମ, ଶୃଙ୍ଖଳା, ନିର୍ଭୁଲ ପ୍ରତି ଶତ ପ୍ରତିଶତ ସଚେତନ ରହିବା ଜରୁରୀ। ପ୍ରତ୍ଯେକ ସାମ୍ବାଦିକ ସଂପୂର୍ଣ ନିଜସ୍ୱ ଢଙ୍ଗରେ ଖବର ପରିବେଷଣ କରନ୍ତୁ I ସେ ସଥରେ ସାମ୍ବାଦିକର ସୃଜନଶୀଳତା ରହିବା ଆବଶ୍ୟକ । ସେଥିପାଇଁ ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ଜଡିତ । ଆମ ସାମ୍ବାଦିକତା ପରମ୍ପରା ସଂପୂର୍ଣ ସେବା ସର୍ବସ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସତୀଶ ବି ବିଶ୍ବାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଅନ୍ୟାୟ, ଭ୍ରଷ୍ଟାଚର, ଦୁର୍ନିତି ଓ ଶୋଷଣ ବିରୋଧରେ ସାଲିସ ବିହୀନ ଲଢେଇ ସାମ୍ବାଦିକତା, ସେବା ଓ ସାହିତ୍ୟର ସର୍ବଶ୍ରେଷ୍ଠ ଲକ୍ଷ। ତେଣୁ ଏହି ତିନୋଟି ଦିଗର ଲକ୍ଷ ଗୋଟିଏ ଥିବାରୁ ଏହାର ସମନ୍ବୟ ହିଁ ଉଭୟ ବ୍ୟକ୍ତି ସମାଜ ପାଇଁ ମଙ୍ଗଳମୟ ଏବଂ ଅତ୍ୟାବଶୀକ । ମୁକ୍ତମତ ଉପସ୍ଥାପନ ତଥା ନିର୍ଭିକ ସାମ୍ବାଦିକତା ପାଇଁ ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସତ୍ତ୍ବେ ବି ପ୍ରତିକୂଳ ପରିସ୍ଥିତି ହିଁ ଗଣମାଧ୍ଯମ ପାଇଁ ପ୍ରକୃଷ୍ଣ ସମୟ । ଯେତେ ବାଧା ପ୍ରତିବନ୍ଧକ ଆସିଲେ ବି ଗଣମାଧ୍ୟମ ତାର ଦାୟୀତ୍ବରୁ ହଟିବା କଥା ନୁହେଁ । ଗୋକର୍ଣ୍ଣିକାର ସଂପାଦକ ରମାକାନ୍ତ ଜେନା ମୁଖ୍ୟଵକ୍ତା ଭାବେ ଯୋଗଦେଇ ଉତ୍କଳମଣୀ ଗୋପବନ୍ଧୁଙ୍କ ସାମ୍ବାଦିକତା, ସାହିତ୍ୟ ଓ ସେବା ଜୀବନ ସଂପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ଲେଖକ ଡ. ରୁଦ୍ର ନାରାୟଣ ପୃଷ୍ଟି ଉତ୍ସବକୁ ଉଦଘାଟନ କରି
କହିଥିଲେ ଯେ, ସମାଜରେ ବିଭିନ୍ନ ପ୍ରକାର ଶୋଷଣ ବିରୋଧରେ ଅନେକ ଲେଖକଙ୍କ କାଳଜୟୀ ସାହିତ୍ୟ ସମୃଦ୍ଧ ଏବଂ ସୃଜନଶୀଳ ସାମ୍ବାଦିକତାର ପ୍ରତିଛବି ହୋଇଛି । ଏଥରେ ବି.ଜେ.ପି ର ରାଜ୍ୟ ପ୍ରବକ୍ତା ପବିତ୍ର ମୋହନ ଦାସ, କୋରେଇ ବିଧାୟକଙ୍କ ପ୍ରତିନିଧ ପ୍ରହ୍ଲାଦ ପଣ୍ଡା, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରା ପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ ପ୍ରମୁଖ ଅତିଥ ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବୃକ୍ଷରୋପଣ ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା ।