
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ନେସନାଲ କଲେଜ୍ ଅଧକ୍ଷ ହିତେଶ କୁମାର ସାହୁ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଓଡ଼ିଶା ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୩୯୮୮୭ ତା:୨୯.୦୭.୨୦୨୫ ରେ ନୂଆପଡ଼ା ଜିଲ୍ଲା ର ଜଣେ ସରକାରୀ କଲେଜ୍ ଅଧ୍ୟକ୍ଷ ଏବଂ ଜଣେ ବରିଷ୍ଠ ଏଡେଡ୍ କଲେଜ୍ ଅଧ୍ୟକ୍ଷ ଙ୍କୁ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ବିଶ୍ଵ ବିଦ୍ୟାଳୟର ଆଇନ ୨୦୨୪ ଅଂଶୋଧିନ ହୋଇ ସିଣ୍ଡିକେଟ ସଦସ୍ୟ ମନୋନୀତ କରିଛନ୍ତି। ନୂଆପଡ଼ା ଜିଲ୍ଲା ରେ ସାହୁଙ୍କ ମନୋନୟନ ପରେ ଖୁସିର ଲହରୀ ଖେଳିଯାଇଛି। ଏହା ପୂର୍ବରୁ ଡ଼. ମେହେର ରାମ ଚନ୍ଦ୍ର ମିଶ୍ର ଏବଂ ଡ଼. ଫଣିନ୍ଦମ୍ ଦେଓସିଣ୍ଡିକେଟ ସଦସ୍ୟ ରୂପେ ସମୟକାଳ ଶେଷ କରିଛନ୍ତି।