
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମେଘ ହୋଟେଲ ଠାରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି। ସମ୍ମିଳନୀ ରେ ସହାଜଟ ଆଶ୍ରମ ସ୍କୁଲ୍ ରେ ଛାତ୍ର ଆତ୍ମହତ୍ୟା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଏବଂ କପୋଳକଳ୍ପିତ ବୋଲି ଅଭିଯୋଗ ସହ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସହଜାତ ଆଶ୍ରମ ବିଦ୍ୟାଳୟ ରେ ଅଶ୍ୱିନୀ ଦାଶ ବନ୍ଦିଛୋର ନାମକ ଅଷ୍ଟମ ଶ୍ରେଣୀ ର ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମନା କୁ ଆସିଥିଲା। ଘଟଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଦାୟିତ୍ୱରେ ଅବହେଳା ନେଇ ପ୍ରଧାନ ଶିକ୍ଷକ କାର୍ଯ୍ୟରୁ ନିଲମ୍ୱିତ ହୋଇଛନ୍ତି। ପରିବାର ଲୋକେ ଦୋଷୀ କୁ ଦଣ୍ଡ ଦେବା ସହ ପିଡିତକୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି।