ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସରକାର ଶିକ୍ଷକ ଓ ଶିକ୍ଷ୍ୟାକର୍ମଚାରୀ ମାନଙ୍କର ଧର୍ଯ୍ୟର ପରୀକ୍ଷା ନକରି ଯଥାଶୀଘ୍ର ଶିକ୍ଷକ ମାନଙ୍କର ନ୍ୟାର୍ଯ୍ୟ ଦାବିକୁ ପୂରଣ କରି ଓଡ଼ିଶା ର ଶିକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାନ୍ତୁ। ସୋର ବ୍ଲକ ମିଳିତ ଶିକ୍ଷକ – ଶିକ୍ଷା କର୍ମଚାରୀ ସଂଘ ତରଫୁରୁ ସୋର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ମିଳିତ ମଞ୍ଚର ଆବାହକ ତଥା ସୋର ଓଷ୍ଟାର ସଂପାଦକ ଶ୍ରୀଯୁକ୍ତ ବଳରାମ ସ ଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ – ଶିକ୍ଷୟତ୍ରୀ ସରକାରଙ୍କ ବୈମାତୃକ ମନୋଭାବକୁ ଦୃଢ଼ନିନ୍ଦା କରିଥିଲେ। ସୋର ଓଷ୍ଟା ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପୃଷ୍ଟି କହିଥିଲେ ଯଦି ସରକାର ଶିକ୍ଷକ ମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତାହାଲେ ଆଗାମୀ 8 ତାରିଖ ଦିନ ବାଲେଶ୍ୱର ଏବଂ 16 ତାରିଖ ଭୁବନେଶ୍ୱରରେ ବିଶାଳ ଜନ ସମବେଶହେବ। ପ୍ରାକ୍ତନ ସଂପାଦକ ତଥା ରାଜ୍ୟ ଓଷ୍ଟାର ଶିକ୍ଷ୍ୟା ପ୍ରଦୀପର ସହ ସଂପାଦକ ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରସାଦ ବେହେରା ଦୀର୍ଘଦିନର ଆନ୍ଦୂଳନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ଏବଂ ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟଦବି ପୁରଣନକଲେ 25 ବର୍ଷର ସରକାର ଯେଉଁଭଳି ଅବସ୍ତହେଲା ଏହି ସରକାରକୁ ଭୋଗିବାକୁ ପଡ଼ିବ। ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ଅଜୟ କୁମାର ପାଢ଼ୀ ସରକାର ଯଥା ଶୀଘ୍ର 194 ବିଦ୍ୟାଳୟକୁ ଅନୁଦାନ ପ୍ରଦାନ ଏବଂ ଅବସର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କୁ ପେନସନ ଯୋଗାଇଦେବାକୁ ନିବେଦନ କରିଥିଲେ। ସୋର ଓଷ୍ଟାର ସଂପାଦକ,ସଭାପତି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ଗୋପିନାଥ ରାଉତ ଏବଂ ସୁରେନ୍ଦ୍ର ପ୍ରସାଦ ବେହେରାଙ୍କ ନେତୃତ୍ୱରେ ସୋର ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଉଚ୍ଚ ଶିକ୍ଷାମନ୍ତ୍ରୀ ଗଣଶିକ୍ଷା ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ଧାରଣା କାର୍ଯ୍ଯକ୍ରମରେ ସହଯୋଗ କରିଥିବା ଶିକ୍ଷକ ମନେହେଲା ଶ୍ରୀକାନ୍ତ ସୁନ୍ଦର ଦାଶ, ରମେଶ ଚନ୍ଦ୍ର ବେହେରା, ସୁରେନ୍ଦ୍ର କବି, ପ୍ରତାପ ଚନ୍ଦ୍ର ଦାସ, ମହେନ୍ଦ୍ର ନାୟକ,ସୁଶାନ୍ତ ପୃଷ୍ଟି, ହରିହର ତ୍ରିପାଠୀ, ସୁରଞ୍ଜନ ପଣ୍ଡା ବାବୁରାମ ତ୍ରିପାଠୀ ବିକାଶ ଲେଙ୍କା ବୃନ୍ଦାବନ ନାୟକ, ପ୍ରତାପ ଚନ୍ଦ୍ର ସିଂହ, ନରେନ୍ଦ୍ର ଜେନା, ଗଙ୍ଗାଧର ସାହୁ, ସରୋଜ କୁମାର ଜେନା,ରଶ୍ମି କାନ୍ତ ଜେନା ମାନସ ଲେଙ୍କା, ବଟକୃଷ୍ଣ କବି ଶ୍ରୀକାନ୍ତ କର, ରାଜେଶ ସାହୁ, ଏବଂ ସଞ୍ଜୟ ନାୟକ।
