ବସ୍ତା (ସେଖ ଆଜାରୁଦ୍ଦିନ) : ବସ୍ତା ଶାସ୍ତ୍ରୀୟ ମାନ୍ୟତା ପାଇଛି ଆମର ମାତୃ ଭାଷା। ଭାଷା ସାହିତ୍ୟର ଉତ୍ତରଣରେ ପତ୍ରପତ୍ରିକା ଓ ସମ୍ବାଦ ପତ୍ର ନିଶ୍ଚିତ ଭାବରେ ଗୃରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ବିଭିନ୍ନ ପତ୍ରିକା ବାଲେଶ୍ଵର ମାଟିରୁ ନିୟମିତ ପ୍ରକାଶପାଇ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଛି। ଏହା ପଛରେ ରହିଛି ସମ୍ପାଦକ ଐକାନ୍ତିକ ନିଷ୍ଠା ଓ ଉଦ୍ୟମ ସହଯୋଗୀ ମାନଙ୍କ ସମର୍ପିତ ଭୂମିକା ପାଠକ ମାନଙ୍କର ଭଲପାଇବା ବୋଲି ବସ୍ତା ବ୍ଲକ ଅନ୍ତର୍ଗତ କୁଳିଦା ପଞ୍ଚାୟତର କୁଳିଦା ଗ୍ରାମ ସ୍ଥିତ ନିତ୍ୟାନନ୍ଦ ଜୀୟୁ ସେବାଶ୍ରମ ପରିସରରେ ସୁବର୍ଣ୍ଣଶ୍ରୀ ପ୍ରକାଶିନିରେ ପ୍ରକାଶିତ ଜଗନ୍ନାଥ ଗିରୀଙ୍କ ପୁସ୍ତକ ଉପମା ଅତୀତ କଳାଠାକୁର ଶୁଭ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ କବି ଶିଶିର ରଥଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କବି କାଳିପଦ ପଣ୍ଡା, ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଅଧକ୍ଷ ତଥା କବି ଶ୍ରୀକାନ୍ତ ଚରଣ ପାତ୍ର, ବିଶିଷ୍ଟ ଅତିଥି କୁମୁନ୍ଦ ରଞ୍ଜନ ଗିରି, ରାଜକିଶୋର ମହାନ୍ତି, କବି ଜଗବନ୍ଧୁ ମହାନ୍ତି, ଗୌରାଙ୍ଗ ଚରଣ ପରିଡା, ସୁଦର୍ଶନ ଜେନା, ରମେଶ ଚନ୍ଦ୍ର ପ୍ରଧାନ, ସୁଦର୍ଶନ ନାୟକ, ଅଧ୍ୟାପକ ନିରଞ୍ଜନ ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଚୁତା ନନ୍ଦ ଗିରି,ସରସ୍ବତୀ ବିଦ୍ୟା ମନ୍ଦିର ପ୍ରଧାନ ଶିକ୍ଷକ ମନୋରଞ୍ଜନ ବେହେରା ଭାବେ ପୁସ୍ତକ ଉନ୍ମୋଚନ କରିଥିଲେ। ସେବାଶ୍ରମ ମୁଖ୍ୟ ୧୦୮ ଶ୍ରୀ ଗୌରହରି ଦାସ ମହାରାଜ, ସଙ୍କରାନ ବାବାଜୀ ମହାରାଜଙ୍କ ତାତ୍ବାବଧନରେ ଉନ୍ମୋଚନ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ବିଜୟ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ।
