
ସୀମାନ୍ତ ମହାବିଦ୍ୟାଳୟର ୪୬ ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ରକ୍ତଦାନ ଶିବିର
—————————————
,ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟର ୪୬ ତମ
ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଏକ ବୃହତ୍ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି।ଉକ୍ତ ଶିବିରକୁ ପାରମ୍ପରିକ ଭାବେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତି ଫିତା କାଟି ଶୁଭାରମ୍ଭ କରିଥିବା ବେଳେ ପ୍ରଥମ ରକ୍ତଦାତା ଭାବେ ଅଧ୍ୟାପକ ଜ୍ଞାନେନ୍ଦ୍ର କୁମାର ଧୀର ରକ୍ତଦାନ କରିଥିବା ବେଳେ ଶେଷ ରକ୍ତଦାତା ଭାବେ ରେଡକ୍ରସ ଅଧିକାରିଣୀ ଅଧ୍ୟାପିକା ପ୍ରଚୀପ୍ରଭା ପଢ଼ିଆରୀ ରକ୍ତଦାନ କରିଥିଲେ।ଉକ୍ତ ଶିବିରରେ
ମୋଟ ୧୧୬ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଶିବିରରେ ସୀମାନ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବ୍ୟତୀତ ସ୍ଥାନୀୟ ଜନସାଧାରଣ, ଇଂଜିନିୟରିଂ କଲେଜରୁ ୧୨ ଜଣ, ଫାର୍ମାସୀ କଲେଜରୁ ୨ ଜଣ ଓ ଜାତୀୟ ଯୁବ ପ୍ରକଳ୍ପ ମୟୂର ଭଞ୍ଜ ଶାଖା ରୁ ସଦସ୍ୟମାନେ ଆସି ରକ୍ତଦାନ କରିଥିଲେ।ଉକ୍ତ ଶିବିରକୁ ପୂର୍ଣ୍ଣାଙ୍ଗ ରୂପ ରେଖ ଦେବାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହିତ ସମର ଶିକ୍ଷାର୍ଥୀ ବାହିନୀର ଲେପ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତ ,ଯୁବ ରେଡକ୍ରସ୍ ଅଧିକାରିଣୀ ଅଧ୍ୟାପିକା ପ୍ରାଚୀପ୍ରଭା ପଢ଼ିଆରୀ,ଡଃ ରାମ କିଶୋର ହରିଜନ ,+୩ ଏନ୍ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ଶରତ କୁମାର ପଢ଼ିଆରୀ,ଆରତୀ ହୋ,+୨ କାର୍ଯ୍ୟକ୍ରମ ଅଧିକାରୀ ଶିଶିର କୁମାର ପଟ୍ଟନାୟକ, ସୀମାନ୍ତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ,କର୍ମଚାରୀ ଏଥି ସହିତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ , ଯୁବ ରେଡକ୍ରସ୍, ଏନ୍ ଏସ ଏସ ଓ ସମର ଶିକ୍ଷାର୍ଥୀ ତଥା ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ସ୍ଵେଚ୍ଛାକୃତ ରକ୍ତଦାନ ରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।ଶିବିରର ସଫଳତା ପାଇଁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଅଗସ୍ତି ସୀମାନ୍ତ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ,ବାରିପଦା ରକ୍ତ ଭଣ୍ଡାରର କର୍ମଚାରୀ,ସ୍ଥାନୀୟ ଜନସାଧାରଣ,ଜାତୀୟ ଯୁବ ପ୍ରକଳ୍ପ,ସୀମାନ୍ତ ଇଂଜିନିୟରିଂକଲେଜର ଛାତ୍ର ଛାତ୍ରୀ ଓ ଅଧିକାରୀ,ସୀମାନ୍ତ ଫାର୍ମାସୀ କଲେଜର ଛାତ୍ର ଛାତ୍ରୀ ଓ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ସମସ୍ତ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଆଗକୁ ଏହିପରି ଜନହିତକର ଓ ସମାଜ ମଙ୍ଗଳ କାର୍ଯ୍ୟରେ ଅଧିକରୁ ଅଧିକ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଭାଞ୍ଜଦୂତ ଖବର