ଜଂଖିରା ଚୈତନ୍ୟ ମନ୍ଦିରରେ ଭକ୍ତିମୟ ପରିବେଶରେ ପଞ୍ଚକ ପାଳନ
ରିପୋର୍ଟ: ଏକାଦଶୀ ବେହେରା
ଜଂଖିରା: ପବିତ୍ର କାର୍ତ୍ତିକ ମାସ ଅବସରରେ ଢେଙ୍କାନାଳ ଜିଲ୍ଲା ଜଂଖିରା ଗ୍ରାମସ୍ଥିତ ଚୈତନ୍ୟ ମନ୍ଦିରରେ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ଭାବାବେଗ ମଧ୍ୟରେ ପଞ୍ଚକ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ପରିସର ହରିନାମ ସଂକୀର୍ତ୍ତନ, ଭଜନ ଓ ପୂଜାର୍ଚ୍ଚନାରେ ମୁଖରିତ ହୋଇଉଠିଥିଲା।
ପଞ୍ଚକର ପାଞ୍ଚ ଦିନ ଧରି ମନ୍ଦିର ସହ ଜଡ଼ିତ ବିଭିନ୍ନ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ମନ୍ଦିର ପରିସରରେ ହରିନାମ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏଥିସହିତ ପବିତ୍ର କାର୍ତ୍ତିକ ମାସ ସାରା ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯିବା ସହ ପ୍ରତ୍ୟେକ ସନ୍ଧ୍ୟାରେ ଆକାଶ ଦୀପ ଉଠାଯାଉଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ।
ଏହି ଅବସରରେ ମନ୍ଦିର ସଭାପତି ମୁରଲୀଧର ମହାରଣା, ଗ୍ରାମ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସୁଚାରୁରୂପେ ପରିଚାଳନା କରିଥିଲେ।
ଜୟ ଜଗନ୍ନାଥ। 🙏
