ହୋଣ୍ଡା ବିଗ୍ୱିଙ୍ଗ୍ ଭୁବନେଶ୍ୱର ନର୍ଥରେ ଲଞ୍ଚ୍ ହେଲା ହୋଣ୍ଡା ରିବେଲ୍ ୩୦୦
ଭୁବନେଶ୍ୱର,….:ଓଡ଼ିଶା ବଜାରରେ ହୋଣ୍ଡା ବିଗ୍ୱିଙ୍ଗ୍ର ସଫଳ ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ ଗୁଗନାନି ମୋଟର୍ସ ପକ୍ଷରୁ ବହୁ ପ୍ରତୀକ୍ଷିତ ପ୍ରିମିୟମ୍ ମୋଟରସାଇକେଲ୍ହୋଣ୍ଡା ରିବେଲ୍୩୦୦ର ଶୁଭ ଉନ୍ମୋଚନ କରାଯାଇଛି। ଭୁବନେଶ୍ୱରର ପଟିଆ ସ୍କୋୟାରସ୍ଥିତ ଏକ୍ସକ୍ଲୁସିଭ୍ ପ୍ରିମିୟମ୍ ମୋଟରସାଇକେଲ୍ ଶୋ’ରୁମ୍ ହୋଣ୍ଡା ବିଗ୍ୱିଙ୍ଗ୍ ଭୁବନେଶ୍ୱର ନର୍ଥରେ ଏହି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଭୁବନେଶ୍ୱରର ଏକ ସୁପରିଚିତ ବ୍ୟବସାୟିକ ଗୋଷ୍ଠୀ ଗୁଗନାନି ଗ୍ରୁପ୍ର ଅଂଶବିଶେଷ ଗୁଗନାନି ମୋଟର୍ସ ଅଟୋମୋବାଇଲ୍ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗୁଗନାନି ହୋଣ୍ଡା, ଗୁଗନାନି ଅଟୋକାର୍ସ ଏବଂ ହୋଣ୍ଡା ବିଗ୍ୱିଙ୍ଗ୍ ଭଳି ପ୍ରତିଷ୍ଠିତ ଅଟୋମୋବାଇଲ୍ ବ୍ରାଣ୍ଡ୍ ସହ ଏହାର ସମ୍ପୃକ୍ତି ରହିଛି।
ହୋଣ୍ଡା ରିବେଲ୍ ୩୦୦ ଏକ ଆକର୍ଷଣୀୟ କ୍ରୁଜର୍ ଡିଜାଇନ୍, ଆଧୁନିକ ଇଞ୍ଜିନିୟରିଂ ଓ ଅତ୍ୟାଧୁନିକ ଷ୍ଟାଇଲ୍ର ସମନ୍ୱୟ। ଏହାର ଲୋ-ସ୍ଲଙ୍ଗ୍ ପ୍ରୋଫାଇଲ୍, ସୁନ୍ଦର ଫୁଏଲ୍ ଟ୍ୟାଙ୍କ୍, ଆରାମଦାୟକ ରାଇଡିଂ ପୋଜିସନ୍ ଏବଂ ପ୍ରିମିୟମ୍ ଫିନିଶ୍ ଏହାକୁ ରାସ୍ତାରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ। ଷ୍ଟାଇଲ୍, ଆରାମ ଓ ପ୍ରଦର୍ଶନକୁ ଗୁରୁତ୍ୱ ଦେଉଥିବା ମୋଟରସାଇକେଲ୍ ପ୍ରେମୀଙ୍କ ପାଇଁ ଏହା ଏକ ନୂତନ ଅନୁଭୂତି ଆଣିବ ବୋଲି ଆଶା କରାଯାଉଛି।
ଏହି ଉନ୍ମୋଚନ ଉତ୍ସବରେ ଗୁଗନାନି ମୋଟର୍ସର ହୋଣ୍ଡା ବିଗ୍ୱିଙ୍ଗ୍ ଭୁବନେଶ୍ୱର ନର୍ଥର ମ୍ୟାନେଜିଂ ପାର୍ଟନର ଶ୍ରୀ ଯଶନୀତ ଗୁଗନାନି ଉପସ୍ଥିତ ଥିଲେ।ଏହି ଅବସରରେ ଶ୍ରୀ ଗୁଗନାନି କହିଥିଲେ ଯେ, ହୋଣ୍ଡା ରିବେଲ୍ ୩୦୦ ଓଡ଼ିଶାର ପ୍ରିମିୟମ୍ ମୋଟରସାଇକେଲ୍ ପ୍ରେମୀଙ୍କ ମଧ୍ୟରେ ବିଶେଷ ଆକର୍ଷଣ ସୃଷ୍ଟି କରିବ। ଏହି ନୂତନ ବାଇକ୍ର ବୁକିଂ ହୋଣ୍ଡା ବିଗ୍ୱିଙ୍ଗ୍ ଭୁବନେଶ୍ୱର ନର୍ଥରେ ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଥିଲେ।ଆଗ୍ରହୀ ଗ୍ରାହକମାନେ ଅଧିକ ସୂଚନା ଓ ବୁକିଂ ପାଇଁ ପଟିଆ ସ୍କୋୟାରସ୍ଥିତ ଶୋ’ରୁମ୍କୁ ଯୋଗାଯୋଗ କରିପାରିବେ।
ଯୋଗାଯୋଗ ଓ ବୁକିଂ:୮୦୯୩୦୧୪୪୨୨ / ୯୭୭୭୦୬୫୫୪୪
