*କାଠପାଳ ଗ୍ରାମବାସୀଙ୍କ ରାସପୂର୍ଣ୍ଣିମା ଉପଲକ୍ଷେ ଆୟୋଜିତ ହୋଇଛି ବାଦୀ ପାଲା ମଞ୍ଚ l* ଗଁନ୍ଦିଆ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଅଦ୍ୟ ତା 21/11/2026 ରିଖ ରେ ଗଁନ୍ଦିଆ ବ୍ଲକ ବାଇଶିଆ ପଞ୍ଚାୟତ ର କାଠପାଳ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଛି 21ରୁ 23 ତାରିଖ ପର୍ଯ୍ୟନ୍ତ ବାଦୀପାଲା ମଞ୍ଚ l ଏହି ବାଦୀ ପାଲର ଗାୟକ ନୃସିଂହ ଚରଣ ହୋତା ଓ ଗାୟକ ଶିଶିର ପାଢ଼ୀଙ୍କ ମଧ୍ୟରେ l ପ୍ରଥମ ରାତ୍ରିର ବିଷୟ ପ୍ରଭୁ ଗୋବିନ୍ଦ ର ଅର୍ଥ ବୁଝାଇଥିଲେ,ସାହିତ୍ୟ ସଂସ୍କୃତି ପାରମ୍ପରିକ ତତ୍ୱ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ଲଢେଇ ହୋଇଥିଲା l ପ୍ରଥମ ପହଡ଼ରେ ଗାୟକ ଶିଶିର ପାଢ଼ୀ ଓ ତାଙ୍କର ସାଥୀ, ଓ ଦ୍ୱିତୀୟ ପହଡ଼ରେ ନୃସିଂହ ଚରଣ ଓ ତାଙ୍କ ସାଥୀ ପ୍ରଭୁ ଗୋବିନ୍ଦ ଙ୍କ ନାମର ଅର୍ଥ ବୁଝାଇ ଥିଲେ ଯେ ଗୋବିନ୍ଦଙ୍କ ଅର୍ଥ ବାପା ଓ ମା, ତାଙ୍କଠାରୁ ବଡ ଦେବତା କେହି ନାହାନ୍ତି, ଏଭଳି ତତ୍ୱ ମାଧ୍ୟମରେ ବୁଝାଇ ଥିଲେଯେ ତାହା ବହୁତ ଉଚ୍ଚ କୋଟିର ହୋଇଥିଲା l ଲୋକମାନଙ୍କ ହୃଦୟ ଜିଣି ପାରିଥିଲେ ଗାୟକ ପାଢ଼ୀ, ଗ୍ରାମର ଏହି କାର୍ଯ୍ୟକ୍ରମଟି ସତୁରୀ ବର୍ଷର ପୁରାତନ ଅନୁଷ୍ଠାନ,ଏହି ଅନୁଷ୍ଠାନଟିକୁ ଗ୍ରାମର ସଭାପତି ଶ୍ରୀଯୁକ୍ତ ନାରାୟଣ ତରାଇ ଓ ସମ୍ପାଦକ ଶ୍ରୀଯୁକ୍ତ ଧୀରେନ୍ଦ୍ର ତରାଇ ଦ୍ୱାରା ସୂଚାର ରୂପେ ଚଳାଇ ଆସୁଛନ୍ତି ଏବଂ ତାଙ୍କୁ ସହଯୋଗ କରୁଛନ୍ତି ନୀଳମଣି ତରାଇ, ରବୀନ୍ଦ୍ର ତରାଇ, ଚୈତନ୍ୟ ତରାଇ, ଗୟାଧର ତରାଇ, କାହ୍ନୁ ମହାରଣା ଓ ସମସ୍ତ ଗ୍ରାମବାସୀ ଵୁନ୍ଦ,
