ଦୁର୍ଘଟଣାରେ ସିଆର୍ପିଏଫ୍ ଯବାନ ମୃତ
କାମାକ୍ଷାନଗର (ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଏକ ଟ୍ରଲର ଧକ୍କାରେ ଜଣେ ସିଆରପିଏଫ୍ ଯବାନଙ୍କ ଜାତୀୟ ଜାତୀୟ ରାଜପଥ ୫୩ର ବାଇସିଙ୍ଗା ଓଭରବ୍ରିଜ୍ ଉପରେ ମୃତ୍ୟୁ ଘଟିଛି। ମୃତକ ହେଲେ କାମାକ୍ଷାନଗର ଥାନା ରଗଡ଼ିପଡ଼ା ଗ୍ରାମର ଅନୀଲ କୁମାର ନାୟକ (୩୫)। ତାଙ୍କ ଅକାଳ ବିୟୋଗରେ ପରିବାର ସମେତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ,ଅନୀଲ ଅରୁଣାଚଳ ପ୍ରଦେଶରେ ସିଆର୍ପିଏଫ୍ ଯବାନ ଭାବେ କାର୍ଯ୍ୟରତ ଥିଲେ। ଦୀପାବଳି ଅବସରରେ ଛୁଟି ନେଇ ସେ ସେ ଗାଁକୁ ଆସିଥିଲେ। ଶନିବାର କୌଣସି କାମରେ କାମାକ୍ଷାନଗର ଆସି ନିଜ ଗ୍ରାମ ରଗଡ଼ିପଡ଼ାକୁ ଫେରୁଥିବା ଅପରାହ୍ଣ ୩ଟା ୩୦ ସମୟରେ ବାଇସିଙ୍ଗା ଓଭରବ୍ରିଜ୍ ଉପରେ ଏକ ଟ୍ରଲର ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଅନିଲଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ତାଙ୍କ ମୃତଦେହକୁ କାମାକ୍ଷାନଗର ଡାକ୍ତରଖାନାରେ ରଖାଯାଇଛି।
