
ମାଲକାନଗିରି……ଜଳ ବିଭାଜିକା ବିଭାଗ ରେ ମହା ଦୁର୍ନୀତି କରୁଥିବା ବାବୁ ଙ୍କ ଘରେ ଭିଜଲାନ୍ସ ଦ୍ଵାରା ରେଡ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ନଗଦ ଦେଢ଼ କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଅର୍ଥ ଜବତ ହେବା ସମସ୍ତଙ୍କୁ ବେଶ୍ ଆଶ୍ଚର୍ୟ୍ଯ କରିଛି। ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ବିକାଶ ନାମରେ ଦୁର୍ନୀତି କରୁଥିବା ଏହି ବାବୁ ମାନଙ୍କ ଘର ଦେଖିଲେ ଆଖି ଖୋସି ହୋଇ ଯାଉଛି। ବିଭାଗର ଜିଲ୍ଲା ମୁଖ୍ୟ ସାନ୍ତୁନୁ ମହାପାତ୍ର ଙ୍କ ଘରୁ ବିଡା ବିଡା ଟଙ୍କା ବାହାରିଛି। ତେବେ ବିଭାଗର କାର୍ଯ୍ୟରତ ଅମିୟ ସାହୁ ଙ୍କ ନାମରେ ମଧ୍ୟ ଅନେକ ଅଭିଯୋଗ ହୋଇଚି, ଏପରି ଚର୍ଚ୍ଚା ହେଉଛି ଯେ, ନିଜେ ଡ ବ୍ଲ୍ୟୁ ଏମ୍ ଟି ପଦବୀରେ କାର୍ଯ୍ୟ କରୁଥିବା ଅମିୟ ସାହୁ ଏସବୁ ଅର୍ଥ କାରବାର ଓ କଳା କାରବାର ପଛର ମୁଖ୍ୟ ନାୟକ। ତାଙ୍କ ଘରେ ମଧ୍ୟ ଚଢ଼ାଉ ଜାରି ଥିବା ବେଳେ ତାଙ୍କ ନିକଟରେ ଅନେକ ସମ୍ପତ୍ତି ରହିଥିବା ମଧ୍ୟ ଅଭିଯୋଗ ହେଉଛି।ଭୁବନେଶ୍ୱର ର ଏକ ବାସଭବନ ରେ ମଧ୍ୟ ରେଡ ସୂଚନା ।ବର୍ତ୍ତମାନ ସୁଦ୍ଧା ଏକ କୋଟି ରୁ ଉର୍ଦ୍ଧ ଆୟବହିର୍ଭୁତ ସମ୍ପତି ଠାବ ହୋଇଥିବା ସୂଚନା ।ସମୁଦାୟ ୮ ଟି ଜାଗାରେ ଚାଲିଛି ରେଡ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ର ଭିଜିଲାନ୍ସ ଟିମ ମିଳିତ ଭାବେ କରୁଛନ୍ତି ରେଡ ।ଜୟପୁର ସ୍ଥିତ ବାସଭବନ ରୁ ନଗତ ଟଙ୍କା ଜବତ ହୋଇଥିବା ସୂଚନା ।ଜଳ ବିଭାଜିକା ପ୍ରକଳ୍ପ ନିର୍ଦେଶକ ଙ୍କ କିଛି ସହକାରୀ କର୍ମଚାରୀ ଙ୍କ ଘରେ ମଧ୍ୟ ଚାଲିଛି ରେଡ ।