
(କିଶନ ଶର୍ମା) ଦିନ କୁ ଦିନ ବଢି ଚାଲିଥିବା କର୍କଟ ରୋଗରୁ ପ୍ରତିକାର ଓ ଏହାର ମୁକାବିଲା ପାଇଁ ଲୋକମାନଙ୍କ ଭିତରେ ସଚେତନତା ର ଆବଶ୍ୟକତା କୁ ଅନୁଭବ କରି “ମଦର ଟେରେସା କଲେଜ ଅଫ ନର୍ସିଂ, କଳାହାଣ୍ଡି” ପକ୍ଷରୁ ଫେବୃୟାରୀ ୪ ତାରିଖରେ ଭବାନୀପାଟଣା ସ୍ଥିତ ଟାଉନ ହଲ୍ ରେ ବିଶ୍ଵ କର୍କଟ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଡ଼. ଆନ୍ଦ୍ରୀୟ ଦୀପ ମହୋଦୟ ସଭାପତିତ୍ୱ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ନୀହାରେନ୍ଦ୍ର ପଣ୍ଡା, ସମ୍ମାନୀୟ ଅତିଥି ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ.କୈଳାସ ଚନ୍ଦ୍ର ଦାସ ଏବଂ ଅତିଥିବୃନ୍ଦ ବ୍ୟାଡମିଣ୍ଟନ ଆସୋସିଏସନ୍ ସଭାପତି ଶ୍ରୀ ପ୍ରଦୀପ ଦାସ ,ସ୍ଵାଗତ ଆଇଟିଆଇ ର ଅଧ୍ୟକ୍ଷା ଶ୍ରୀମତି ପ୍ରୀତି ପଟ୍ଟନାୟକ, ସମ୍ବାଦ ଜିଲ୍ଲା ପ୍ରତିନିଧି ଶ୍ରୀ ଦେବେନ୍ଦ୍ର ବିଶି, ଉଦ୍ବୁଦ୍ଧକ ବକ୍ତା ଶ୍ରୀ ଲିଙ୍ଗରାଜ ନାଏକ ପ୍ରମୁଖ ବକ୍ତୃତା ମାଧ୍ୟମରେ ସମସ୍ତଙ୍କୁ ଜାଗୃତ କରିଥିଲେ । ସଭାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଶା ମା’, ସ୍ୱାଗତ ଆଇଟିଆଇ ର ଛାତ୍ରଛାତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। କଲେଜର ଅଧ୍ୟକ୍ଷା ପ୍ରଫେସର ପ୍ରଗତି ନାୟକ, ଅଧ୍ୟାପକ ଶ୍ରୀ ଏମ୍. ରାମକୃଷ୍ଣ , ଶ୍ରୀ ନରେଶ କୁମାର ବେହେରା, ଅଧ୍ୟାପିକା ବିଦ୍ୟୁତ ପ୍ରଭା ବେଉରା,ଶ୍ରୀ ମହେଶ୍ୱର ଦାଶ, ଶ୍ରୀ ଜଗତରାମ ପୁଟେଲ, ଶ୍ରୀ ଲଳିତ ଛତ୍ରିଆ ,ଶ୍ରୀ ବବଲୁ ମହାକୁଡ ଓ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦଙ୍କ ସହଯୋଗରେ ସଭାଟି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ଓ କ୍ୟାନସର୍ ସଚେତନତା ନୃତ୍ୟ ପରିବେଷଣ କରାଯିବା ସହିତ ଏହି ଅବସରରେ ଅନୁଷ୍ଠିତ କୁଇଜ୍, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।