ଗଜପତି ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷ ଭାବେ ରାଧାକାନ୍ତ ରଥଙ୍କୁ ନିଯୁକ୍ତି, ଜିଲ୍ଲା କଂଗ୍ରେସ ପକ୍ଷରୁ ଶୁଭେଚ୍ଛା
ପାରଳାଖେମୁଣ୍ଡି, ଗଜପତି:
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅଧୀନସ୍ଥ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଗଜପତି ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷ ଭାବେ ଶ୍ରୀ ରାଧାକାନ୍ତ ରଥଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କ ଅନୁମୋଦନ କ୍ରମେ ତାଙ୍କର ଏହି ନିଯୁକ୍ତିକୁ ତତ୍କାଳ କାର୍ଯ୍ୟକାରୀ କରାଯାଇଛି।
ଏହି ନୂତନ ନିଯୁକ୍ତିକୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରୀ ରାଧାକାନ୍ତ ରଥଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି। ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଶ୍ରୀମତୀ ଜସ୍ମିନ ଶେଖ ତାଙ୍କୁ ବିଶେଷ ଭାବେ ଶୁଭେଚ୍ଛା ଜଣାଇବା ସହ ଗଜପତି ଜିଲ୍ଲାରେ କିଷାନ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ ଓ ସକ୍ରିୟ କରିବା ଦିଗରେ ବିସ୍ତୃତ ଆଲୋଚନା କରିଛନ୍ତି।
ଶ୍ରୀମତୀ ଜସ୍ମିନ ଶେଖ କହିଛନ୍ତି ଯେ, ଶ୍ରୀ ରାଧାକାନ୍ତ ରଥ ନିଜର ନୂତନ ଦାୟିତ୍ୱକୁ ନିଷ୍ଠା, ସଚ୍ଚୋଟତା ଓ ଆଦର୍ଶର ସହିତ ତୁଲାଇବା ସହ ଚାଷୀମାନଙ୍କ ସମସ୍ୟା, ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରିବେ। ତାଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାର କିଷାନ କଂଗ୍ରେସ ସଂଗଠନ ଗ୍ରାମାଞ୍ଚଳରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଆହୁରି ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମାନ୍ୟବର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନେତୃତ୍ୱ ଏବଂ ଗଜପତି ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ଶଙ୍କର ପ୍ରଧାନଙ୍କ ମାର୍ଗଦର୍ଶନରେ ଜିଲ୍ଲାର ସମସ୍ତ କଂଗ୍ରେସ ନେତା, କର୍ମୀ ଓ ସଂଗଠନର ସଦସ୍ୟମାନଙ୍କୁ ସାଙ୍ଗରେ ନେଇ ଏକତା ଓ ସମନ୍ୱୟର ସହିତ କାର୍ଯ୍ୟ କରାଯିବ। ଦଳୀୟ ସଂଗଠନକୁ ମଜବୁତ କରିବା ସହ ଚାଷୀଙ୍କ ସ୍ୱରକୁ ଶାସନ ପ୍ରଶାସନ ନିକଟରେ ପହଞ୍ଚାଇବା ହିଁ ଆମର ପ୍ରାଥମିକତା ହେବ।
ଏହି ନିଯୁକ୍ତି ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଅଭୟ ସାହୁଙ୍କୁ ଶ୍ରୀମତୀ ଜସ୍ମିନ ଶେଖ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ଏହି ପଦକ୍ଷେପ ଗଜପତି ଜିଲ୍ଲାରେ କିଷାନ କଂଗ୍ରେସ ସଂଗଠନକୁ ନୂତନ ଦିଗ ଓ ଶକ୍ତି ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ସୂଚନାଦାତା: ଶ୍ରୀମତୀ ଜସ୍ମିନ ଶେଖ, ରାଜ୍ୟ ସମ୍ପାଦିକା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି।
ଶ୍ରୀ ରାଧାକାନ୍ତ ରଥଙ୍କ ନୂତନ ଦାୟିତ୍ୱର ସଫଳତା କାମନା କରିବା ସହ ଗଜପତି ଜିଲ୍ଲା କଂଗ୍ରେସ ପରିବାର ପକ୍ଷରୁ ତାଙ୍କୁ ପୁନର୍ବାର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି।
