*ଆଲୋକର ପର୍ବ ଦୀପାବଳି: ନୂଆପଡ଼ାରେ ହିନ୍ଦୁ-ମୁସଲମାନଙ୍କ ଏକତାର ବାର୍ତ୍ତା, ବାଣ ବିକ୍ରି କରି ଜଣାଇଲେ ଶୁଭେଚ୍ଛା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ର ପୁରପଲ୍ଲୀରେ ଆଲୋକ ର ପର୍ବ ଦୀପାବଳି ପାଳିତ ହେଉଅଛି। ସମସ୍ତେ ମାଁ ଲକ୍ଷ୍ମୀ ଙ୍କୁ ଆରଧନା କରୁଥିବା ବେଳେ ଘର ଦ୍ବାର ଲିପା ପୋଛା କରି ସୁସଜ୍ଜିତ କରିଛନ୍ତି। ଆଜିର ଦିନ ରେ ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସ୍ୱତନ୍ତ୍ର ଫଟକା ବଜାର ବ୍ୟବସ୍ଥା କରିଛନ୍ତି। ସୁରକ୍ଷା ସହ ସୁବିଧାରେ ବଜାର କରି ନିଜ ମନପସନ୍ଦ ଫଟକା କିଣିବା ଦେଖାଯାଉଛି। ଏହି ବଜାର ଖଡ଼ିଆଳ ସହର ର ୩ କିଲୋମିଟର୍ ଦୂରରେ ଖୋଲା ଯାଇଛି। ଖଡ଼ିଆଳ ବଜାରରେ ହିନ୍ଦୁ ମୁସଲିମ ଭାଇମାନେ ଭାଇଚାରାର ପର୍ବ ଭାବରେ ଫଟକା ବିକ୍ରି କରି ହିନ୍ଦୁ ଏବଂ ମୁସଲମାନ ଭାଇଚାରା ର ବାର୍ତ୍ତା ଦେଇଛନ୍ତି। ଖଡ଼ିଆଳ ସହର ରେ ଅନନ୍ୟ ପରମ୍ପରା ଦେଖାଯାଇଥାଏ।ସମସ୍ତେ ଏକାକାର ହୋଇ ପର୍ବ ପାଳନ କରିଥିବା ବେଳେ ହିନ୍ଦୁ ପର୍ବ ରେ ମୁସଲମାନ ଭାଇମାନେ ଫଟକା ବିକ୍ରି ସଂଯୋଗ କରି ଭାଇଚାରାର ବାର୍ତ୍ତା ଦେଇଥାନ୍ତି। ସବୁ ଧର୍ମ ଭାଇମାନେ ଏକାର ହୋଇ ଖୁସିରେ ସାମିଲ ହେବା ସହ ଶୁଭେଚ୍ଛା ଜଣାଇଛନ୍ତି।
