*ଖରିଆର ରୋଡ଼ ର କେରମେଲୀ ଗାଁ ରେ ଫଟକା ଫଟାଇବା ବେଳେ ଅଘଟଣ, ମୁହଁରେ ବାଣ ଫାଟି ନାବାଳକ ଆହତ*
ନୂଆପଡ଼ା (ମିଖାଏଲ ନନ୍ଦ):
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କେରମେଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଜଣେ ଛୋଟ ନାବାଳକ ବାଣ ବା ଫଟକା ଫଟାଇବାକୁ ଯାଇଥିବା ବେଳେ ହଠାତ୍ ଏହା ଫାଟିଯିବାରୁ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଉକ୍ତ ନାବାଳକଜଣକ ଫଟକା ଫଟାଉଥିଲେ। କୌଣସି କାରଣବଶତଃ ଫଟକାଟି ଠିକ୍ ସମୟରେ ନ ଫୁଟିବାରୁ, ସେ ଏହାକୁ ପରୀକ୍ଷା କରିବାକୁ ନିକଟକୁ ଯାଇଥିଲେ। ଠିକ୍ ସେହି ସମୟରେ ହଠାତ୍ ଫଟକାଟି ଜଳିଯାଇ ତାଙ୍କ ମୁହଁ ସମ୍ମୁଖରେ ବିସ୍ଫୋରଣ ହୋଇଥିଲା। ଏହି ଦୁର୍ଘଟଣାରେ ନାବାଳକଙ୍କ ମୁହଁ ଏବଂ ଶରୀରର ବିଭିନ୍ନ ଅଂଶ ପୋଡ଼ି ହୋଇଯିବାରୁ ସେ ଗୁରୁତର ଭାବେ ଆହତ ହୋଇଛନ୍ତି।
ପରିବାରବର୍ଗ ଏବଂ ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ବିନା ସୁରକ୍ଷା ବ୍ୟବସ୍ଥାରେ ଏଭଳି ବିପଜ୍ଜନକ ବାଣ ବିକ୍ରି ଏବଂ ଏହାର ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତାପ୍ରକାଶ ପାଇଛି।
