*ଟସର ଚାଷୀଙ୍କ ଦୁଃଖ – ଅମଳ ପୂର୍ବରୁ ମରି ଯାଉଛି ଟସର ପୋକ, ଟସର ଚାଷୀ ବ୍ୟାପକ କ୍ଷତି ର ସମ୍ମୁଖୀନ।*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଉଲଭା ଗାଁରେ ୬ ଜଣ ଚାଷୀ ଛତର ସାଏ ମାଝୀ,ଗଙ୍ଗାଧର ମାଝୀ, ମନି ରାମ ମାଝୀ,ଡମ୍ବରୁ ମାଝି,ରୂପା ମାଝୀ ଓ ଅଭିରାମ ମାଝୀ ୨୮ ଏକର ଜମିରେ ଟସର ଚାଷ କରି ଥିଲେ l ଦୀର୍ଘ ୩୦ ବର୍ଷ ହେବ ପ୍ରତି ବର୍ଷ ଟସର ଚାଷ କରି ଆସୁଛନ୍ତି l କିନ୍ତୁ ସବୁ ଠିକ୍ ଠାକ୍ ଥିଲା, ହଠାତ୍ କୋଷା ବାନ୍ଧିବା ସମୟରେ ଆରମ୍ଭ ହୋଇ ଗଲା କୋଷା ପୋକ ମରିବା l କିଛି ଦିନ ମଧ୍ୟରେ ହଜାର ହଜାର କୋଷା ପୋକ ମରି ଯାଇଛି l ଧାର ଉଧାର କରି ଚାଷ କରିଥିବା ଟସର ଚାଷୀ କେମିତି ପରିବାର ଚଳାଇବେ ଓ ଧାର ଉଧାର ସୁଝିବେ ସେ ଚିନ୍ତାରେ ପଡ଼ିଛନ୍ତି l କୋମନା ଆଗରେନ୍ ଗ୍ରାମପଞ୍ଚାୟତ ର ଉଲଭା ଏବଂ ଲଖନା ର ଶୁଆ ବାହାଲ ଦୁଇ ଗୋଟି ସ୍ଥାନ ରେ ଟ୍ରସର୍ ଚାଷ ହେଉଥିଏ। ଏହି ଚାଷ ରେ ଅନେକ ଲାଭବାନ୍ ହେଉଥିବା ବେଳେ ପୋକ ମୃତ୍ୟୁ କାରଣ ସ୍ପଷ୍ଟ ହୋଇପାରିନାହିଁ। ତେଣୁ ଆବଶ୍ୟକ ତ୍ରସର୍ ଅଧିକାରୀ ଆସି ମାରିବା କାରଣ ନେଇ ଆବଶ୍ୟକ ତଦନ୍ତ କରିବା ସହ ଚାଷୀଙ୍କୁ ତାଙ୍କ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ କରିଛନ୍ତି।
