ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଆସିକା ବନ୍ୟାଞ୍ଚଳ ପରିଦର୍ଶନ
ତା:- ୦୫/୧୧/୨୦୨୬
ରାଜ୍ଯ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ମାହୋଦୟାଙ୍କ ୨ ଦିନିଆ ଗଞ୍ଜାମ ଜିଲ୍ଲା ପରିଦର୍ଶନ ଓ କାର୍ଯ୍ୟ ପନ୍ଥା ଗ୍ରହଣ ସମସ୍ତ ମହିଳା ଓ ଶିଶୁ ମାନଙ୍କ ମନରେ ଦୃଢ଼ ବିଶ୍ୱାସ ସୃଷ୍ଟି କକରିପାରିଛି।
ଏଥିରେ ଆସ୍କା ଏନଏସି,ଓ ଆସ୍କା ବ୍ଲକ ଅନ୍ତର୍ଗତ
କେ. ନୁଆଁ ପଲ୍ଲୀ, ନବରତ୍ନପୁର, ମଙ୍ଗଳପୁର, ଓ ଆସ୍କା ସବଡିବଜନ ହସ୍ପିଟାଲ
,ଅଙ୍ଗନୱାଡି କେନ୍ଦ୍ର,ଓ ବିଦ୍ୟାଳୟ ,ପରିଦର୍ଶନ କରି,ପ୍ରତ୍ୟକ୍ଷ ତତ୍ତ୍ବାବନରେ ସମସ୍ତ କାର୍ଯ୍ୟକୁ ତନତନ କରି ପର୍ଯ୍ୟବେକ୍ଷଣ କରିଥିଲେ।
ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ଓ ଶିଶୁ ମାନଙ୍କ ନିମନ୍ତେ ଉପଲବ୍ଧ ସ୍ଵାସ୍ଥ୍ୟସେବା ଓ ଆବଶ୍ୟକୀୟ ପଦକ୍ଷେପ ସମ୍ୱନ୍ଧରେ ସମୀକ୍ଷା କରିଥିଲେ,ବିଶୁଦ୍ଧ ପାନୀୟ ଜଳ ପାଇଁ ହୋଲୋଜେନ୍ ବଟିକାର ବ୍ୟବହାର ସମ୍ୱନ୍ଧରେ ଅବଗତ କରାଇ,ପରିବେଶ ର ସ୍ୱଚ୍ଛତା ଓ ସଂକ୍ରମଣ ରୁ ରକ୍ଷା ପାଇବା ନିମନ୍ତେ ବ୍ଲିଚିଂ ପାଉଡର୍ ଓ ଫିନାଇଲ ର ବ୍ୟବହାର କରିବାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି।
ଏଦତ ବ୍ୟତୀତ ଉପରୋକ୍ତ ବ୍ଲକର ଅଧିକାଂଶ ଗ୍ରାମ ପରିଦର୍ଶନ କରି ବହୁ ମହିଳା ଓ ଶିଶୁ ମାନଙ୍କୁ ଭେଟି ସରକାରଙ୍କ ତରଫରୁ ମାଗଣା ଭୋଜନ ବ୍ୟବସ୍ଥା,ସ୍ୱାସ୍ଥ୍ୟ ଅବସ୍ଥା ସହିତ ସେମାନଙ୍କର ବ୍ୟକ୍ତିଗତ ସମସ୍ୟା କୁ ଆଲୋଚନା କରି ତାହାର ସମାଧାନ ଉଦ୍ୟମ କରିଥିଲେ। ବିପର୍ଯ୍ୟୟ ସମୟରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଉତ୍ତମ ଚିକିତ୍ସା ସେବା ନିମନ୍ତେ ଆୟୋଗ ସର୍ବଦା ,ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛି। ଯଥା ସମୟରେ କାର୍ଯ୍ୟପନ୍ଥା ଗ୍ରହଣ କରି ଯେ କୌଣସି ପରିସ୍ଥିତି ରେ ମହିଳା ଓ ଶିଶୁ ମାନଙ୍କ ସୁରକ୍ଷା ଓ ଯତ୍ନ ନେବା ଆମର କର୍ତ୍ତବ୍ୟ ବୋଲି ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଆବେଗରେ ପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଆସ୍କା ବିଡ଼ିଓ
,ଜିଲ୍ଲା ଶିଶୁ ସମାଜ ମଙ୍ଗଳ ଅଧିକାରୀ, ଡିସିପିଓ, ସିଡ଼ିପିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
