ଭଂଜଦୂତ ଖବରର ପ୍ରଭାବ, ବିଜୁ ବୋଟିଂ ପଏଣ୍ଟରେ ପ୍ରଶାସନର ତତ୍ପରତା
ବାଲିଗୁଡ଼ା: (ନି.ପ୍ର )୩୧/୧୦/୨୬ବାଲିଗୁଡ଼ା ସହରର ବିଜୁ ବୋଟିଂ ପଏଣ୍ଟକୁ ନେଇ ଗତକାଲି ଭଂଜଦୂତ ଖବରରେ ସମସ୍ୟା ସମ୍ପର୍କିତ ଖବର ପ୍ରସାରଣ ପରେ ଆଜି ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି। ଖବର ପ୍ରସାରଣ ପରେ ଉକ୍ତ ସ୍ଥାନରେ ପ୍ରଶାସନିକ ପଦକ୍ଷେପ ଆରମ୍ଭ ହୋଇଥିବା ଦେଖାଯାଇଛି।
ତେବେ ଏହି ବୋଟିଂ ପଏଣ୍ଟ ପରିସରରେ ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଏବଂ କାରବାର ହେଉଥିବା ନେଇ ସ୍ଥାନୀୟ ମହଲରେ ଅଭିଯୋଗ ଉଠୁଛି। କେବଳ ତଦାରଖ କିମ୍ବା ସାମୟିକ ପଦକ୍ଷେପ ନୁହେଁ, ଏହି ସ୍ଥାନକୁ ନିଶା କାରବାର ଓ ଅସାମାଜିକ କାର୍ଯ୍ୟକଳାପରୁ ମୁକ୍ତ କରିବା ପାଇଁ ପ୍ରଶାସନ କେବେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।
