ପ୍ରଧାନଶିକ୍ଷୟିତ୍ରୀଙ୍କ ସେବା ନିବୃତ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ବ୍ଲକ ଅଧୀନସ୍ଥ ଖଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବନଲତା ପୁହାଣଙ୍କର ଏକ ଭବ୍ୟ ସେବା ନିବୃତ୍ତି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଫିଡର କ୍ଲଷ୍ଟର ସି.ଆର୍.ସି.ସି. ଶ୍ରୀ ରବି ନାରାୟଣ ଦାସ ଏହି ଉତ୍ସବରେ ସଭାପତିତ୍ୱ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ଦାସ ତାଙ୍କ ଅଭିଭାଷଣରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁହାଣ ଜଣେ ଛାତ୍ର ବତ୍ସଳ, କର୍ତ୍ତବ୍ୟନିଷ୍ଠ ଏବଂ ପରୋପକାରୀ ମଣିଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଭାବେ ରେମୁଣା ଡାଏଟ୍ର ସିନିୟର ଟିଚର ଏଜୁକେଟର ଶ୍ରୀଯୁକ୍ତ ସୌରଭ କୁମାର ନାୟକ ଯୋଗଦେଇ ଶ୍ରୀମତୀ ପୁହାଣଙ୍କ କାର୍ଯ୍ୟ ଶୈଳୀକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟ ବକ୍ତା ଭାବେ ସୋର ବ୍ଲକ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୋମନାଥ ଦାସ ଯୋଗଦେଇ ତାଙ୍କର ସଫଳ ଶିକ୍ଷକତା ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏଲିମେଣ୍ଟାରି ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ମହେଶ୍ଵର ବେହେରା , ଏଲିମେଣ୍ଟାରି ଶିକ୍ଷକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି , ଏନ୍.ପି.ଏସ୍. ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ମଧୂସୁଦନ ରାଓତ , କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ବାରିକ , ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଚତ୍ରୁଭୁଜ କର, ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ଦାସ, ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଦୟାନିଧି ମହାଳିକ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁରାଧା ବିଶ୍ବାଳ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସମସ୍ତଙ୍କର ପ୍ରିୟଭାଜନ ଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ସମସ୍ତଙ୍କ ହୃଦୟରେ ରହିବେ ବୋଲି ମତ ପ୍ରକାଶ କରିଥିଲେ। ଶ୍ରୀମତୀ ବନଲତା ପୁହାଣ ନିଜ ବିଦାୟ ଭାବ ବିହ୍ୱଳ ଭାଷଣରେ ଆଗାମୀ ଦିନରେ ବିଦ୍ୟାଳୟ ପ୍ରତି ଯୋଡି ରହିବେ ଏବଂ ଯଥା ସମ୍ଭବ ବିଦ୍ୟାଳୟ କୁ ଉନ୍ନୀତ ଦିଗରେ ଆଗେଇ ନେବେ ବୋଲି କହିଥିଲେ।ଏହି ଉତ୍ସବକୁ ସଫଳ କରିବାରେ ବିଶ୍ୱଭାରତୀ ପାଣିଗ୍ରାହୀ, ସନ୍ଧ୍ୟା ରାଣୀ କାହାଳୀ, ନିରୁପମା ଭୂଇଁଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ କମଳାକାନ୍ତ ଶଙ୍ଖୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
