ରଘନାଥପୁର ଗ୍ରାମବାସୀ ମାଆ ଗଜ ଲକ୍ଷ୍ମୀଙ୍କୁ ଦେଲେ ମେଲାଣି
ତାରିଖ:୩୦/୧୦/୨୦୨୬
ତାଳଚେର:
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରଘନାଥପୁରରେ ଥିବା ଲକ୍ଷ୍ମୀପୂଜା କମିଟି ଅନୁକୂଲ୍ୟ ରେ ମାଆ ଗଜ ଲକ୍ଷ୍ମୀଙ୍କ ପୂଜା ପାଞ୍ଚ ଦିନ ଧରି ପାଳିତ ହୋଇଯାଇଛି। ଶୁକ୍ରବାର ଦିନ ଭସାଣୀ ଉତ୍ସବ ଜରିଆରେ ମାଆ ଙ୍କୁ ମେଲାଣି ଦିଆ ଯାଇଛି। ରବି ବାରଦିନ ଠାରୁ କଳସ ଯାତ୍ରା ପରେ ମାଆ ଧନ ଦାତ୍ରି ଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ଥିଲା ।ପୂଜକ ସୁଧାକର ନନ୍ଦ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରିଥିବା ବେଳେ ଗାଁ ସଦସ୍ୟ କ୍ଷୀରୋଦ ଚନ୍ଦ୍ର ନାୟକ ଓ ସହ ଧର୍ମିଣୀ ବିନ୍ଦୁଲତା ନାୟକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ । ପୁଜାଦିନ ମାନଙ୍କରେ ପୂଜାର୍ଚ୍ଚନା ଓ ସନ୍ଦ୍ୟାରେ ମା ଙ୍କ ମଣ୍ଡପ ଆଗରେ ନାମ ସଂକ୍ରୀତନ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ରେ ସ୍ଵତନ୍ତ୍ର ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା ।ସମବାର ଠାରୁ ଆଜି ପର୍ଯ୍ୟନ୍ତ ମଣ୍ଡପ ନିକଟରେ ଶହ ଶହ ଭକ୍ତଙ୍କ ଲାଗି ଅର୍ନ୍ନ ଭୋଜନର ଆୟୋଜନ କରାଯାଇଥିଲା । ଶୁକ୍ରବାର ଦିନ ସକାଳେ ପୂର୍ଣ୍ଣାହୁତି ଦିଆ ଯାଇ ଅପରାହ୍ନରେ ବିସର୍ଜନ କରାଯାଇଥିଲା । ଆଗରେ ବାଜା, ଡିଜେ ସାଉଣ୍ଡ, ବାଣ ଫୁଟାଇ ମା ଲକ୍ଷ୍ମଙ୍କ ମେଢ଼ ଭସାଣୀ ଅଭିମୁଖେ ବାହାରି ଗ୍ରାମ ପରିକ୍ରମା କରି ବଙ୍ଗରୁ ସେତୁ ପାଖରେ ପହଞ୍ଚିଥିଲେ । ସେଠାରେ ପୁରୋଧା କ୍ଷିରୋଦ ଚଂଦ୍ର ନାୟକ ପୂଜାର୍ଚ୍ଚନା ସାରିବା ପରେ ମାଆ ଅର୍ଣପୂର୍ନ ଙ୍କୁ ବିସର୍ଜନ କରାଯାଇଥିଲା। ଭସାଣୀ କାର୍ଯ୍ୟ କ୍ରମରେ କମିଟି ସଦସ୍ୟ ସୌଭାଗ୍ୟ ନାୟକ, ଚିତ୍ତରଞ୍ଜନ ନାୟକ,ବିଲେନ୍ କୁମାର,ସଂଗ୍ରାମ କିଶୋର ନାୟକ,ଚିତ୍ରସେନ, ରତିକାନ୍ତ, ସୌମ୍ୟରଞ୍ଜନ ନାୟକ(ନିକୁ) ସୁନିଲ କୁମାର ନାୟକ, ସୋମେଶ
କୁମାର(ଦିପୁ),କାଳିଆ, ସମୀର,ସୁଧୀର, ଆତ୍ମାରାମ ,ବିଶ୍ୱଜିତ୍, ସାନୁ, ପୀୟୂଷ ,ଚତୃଭୂଜ, ଜ୍ୟୋତି ରଞ୍ଜନ ନାୟକ, ବିଭୂଷଣ ନାୟକ, ଦିଲ୍ଲୀପ କୁମାର, ରୁଦ୍ରମଣି, ମନ୍ଦର ନାୟକ, ବୁଲୁ ନାୟକ, କଳାକାର
ପ୍ରଶାନ୍ତ , କୈଳାଶ, ସମାଜ
ସେବୀ ଶ୍ରୀଯୁକ୍ତ ପଦ୍ମ ଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ତାଳଚେର ରୁ କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର।
