ସିମୁଳିଆ ରେ ଡକାୟତଙ୍କ ଆତଙ୍କ ରାଜ: ବନ୍ଧୁକ ଏବଂ ଭୁଜାଲି ଦେଖାଇ ଲୁଟି ନେଲେ ୧୦ ଲକ୍ଷ୍ୟ ଟଙ୍କାର ସୁନା ଗହଣା।
ସିମୁଳିଆ:(ସିମୁଳିଆ, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ)::: ସିମୁଳିଆ ରେ ଦିନ କୁ ଦିନ ବଢିବାରେ ଲାଗିଛି ଚୋରଙ୍କ ଆତଙ୍କ ରାଜ। ଘରେ ଶୋଇଥିବା ଅବସ୍ଥାରେ ଭୁଜାଲି ଓ ବନ୍ଧୁକ ଦେଖାଇ ଦୁର୍ବୃତ୍ତ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା l ସୂଚନାଯୋଗ୍ୟ ବୁଧବାର ରାତିରେ ଶୋଇଥିବା ସମୟରେ ପାଞ୍ଚ ଜଣ ଦୁର୍ବୁତ୍ତ କବାଟ ଭାଙ୍ଗି ଘରେ ପଶି ଭୁଜାଲି ଏବଂ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବାର ମହିଳା ଜଣକ ସିମୁଳିଆ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି l ସୂଚନାରୁ ପ୍ରକାଶ ସିମୁଳିଆ ଥାନା ଅନ୍ତର୍ଗତ କହ୍ନେଇବିନ୍ଧା ପଞ୍ଚାୟତର ବାଡୁଳୀ ଗ୍ରାମର ପ୍ରଫୁଲ୍ଲ ମାଲିକଙ୍କ ସ୍ତ୍ରୀ ତିଳୋତ୍ତମା ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ବୁଧୁବାର ରାତି 10ଟା ସମୟରେ ଶୋଇଥିବା ଅବସ୍ଥାରେ 5ଜଣ ମୁଖା ପିନ୍ଧା ଦୁର୍ବୁତ୍ତ କବାଟ ତାଲା ଭାଙ୍ଗି ଘର ଭିତରକୁ ପଶିଥିଲେ l ସେମାନେ ହାତରେ ବନ୍ଧୁକ ଭୁଜାଲି ଦେଖାଇ ଆଲମିରାରେ ଥିବା ସୁନାହାର, ସୁନାମୁଦି, ସୁନାଚେନ, କାନଫୁଲ, ରୁପା ପାଉଁଜି ଦୁଇହଳ, ସମେତ ପିନ୍ଧିଥିବା ହାତରୁ ସୁନା ଚୁଡ଼ି, କାନଫୁଲ ମଧ୍ୟ ଛଡାଇ ନେଇଥିଲେ l ଏବଂ ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ l ଦୁର୍ବୁତ୍ତ ମାନେ ଦୁଇଟି ବାଇକରେ ଆସିଥିବାର ଶ୍ରୀମତୀ ମଳିକ ପ୍ରକାଶ କରିବା ସହ ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରକାଶ କରିଛନ୍ତି l ଅଭିଯୋଗ ପାଇ ସିମୁଳିଆ ପୋଲିସ ଓ ବାଲେଶ୍ୱର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାଯାଇଛି l
