
ରାଷ୍ଟ୍ରୀୟ ଏକତା ଦିବସ ପାଳିତ।
ଗଜପତି( ଟିକି ଲିମା)
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଶର ଏକତା, ଅଖଣ୍ଡତା ଓ ଭାଇଚାରା ବଜାୟ ରଖିବା ପାଇଁ ଶପଥ ପାଠ କରାଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଜାତି, ଧର୍ମ ଓ ଭାଷା ଆଧାରରେ ଥିବା ଭେଦଭାବକୁ ଭୁଲି ସମସ୍ତେ ଏକାଠି ହୋଇ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ଭାଇଚାରା, ସହଯୋଗ ଓ ଏକତାର ଭାବନାକୁ ଆହୁରି ମଜବୁତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ରାଷ୍ଟ୍ରୀୟ ଏକତା ଦିବସ ଆମକୁ ଦେଶର ଏକତା ଓ ଅଖଣ୍ଡତାର ମହତ୍ତ୍ୱ ସ୍ମରଣ କରାଇବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଏକତାର ଭାବନା ବଜାୟ ରଖିବାର ବାର୍ତ୍ତା ଦେଇଥାଏ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନିନ୍ଦ୍ର ହୋନନାଗା, ଉପଜିଲ୍ଲାପାଳ, ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମାନ ରାଇକାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
