ଅବହେଳିତ ଅବସ୍ଥାରେ ପଡିରହିଛି ସାଆନ୍ଦା ଫାଣ୍ଡି
ପରଜଙ୍ଗ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନରେ ସାଆନ୍ଦା ଫାଣ୍ଡି ଅବସ୍ଥିତ ପୋଲିସ ଫାଣ୍ଡିର ଅବସ୍ଥା ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡ଼ି ରହିଥିବା ଅଭିଯୋଗ ଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫାଣ୍ଡି ର ଉର୍ଣ୍ଣତି କରଣ ପାଇପାରିନାହିଁ। ଏଠାରେ ବର୍ଷାଋତୁ ସମୟରେ ଜରୁରୀ କାମ ହୋଇପାରୁନାହିଁ ଛାତ ନିର୍ମିତ ହେଇଥିଲେ ମଧ୍ୟ ଛାତ ରୁ ଆରମ୍ଭ କରି ସମସ୍ତ ଘର ଭିତରେ ହାତମାରି ସାଉଁଳି ଦେଖିଲେ ଆପଣଙ୍କ ଜୀବନ କେତେ ବିପଦ ସଙ୍କେତ ଅବସ୍ଥାରେ ପଡିରହିଛି ଅନ୍ୟପଟେ ଏହି ଫାଣ୍ଡି ଉପରେ ସାତଗୋଟି ପଞ୍ଚାୟତ ନିର୍ଭର କରିଥାନ୍ତି ଏପର୍ଯ୍ୟନ୍ତ ବିସ୍ତୃତ ସାଆନ୍ଦା ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ କୁମୁସି ଛକଠାରେ ଲାଗି ରହିଛି ସାଆନ୍ଦା ଫାଣ୍ଡି ସ୍ଥାପନ କରାଯାଇଥିଲା। କୁମୁସି ,ସାଆନ୍ଦା, ପାଟରପଦା, ରୋଡ଼, ଚାନ୍ଦପୁର,ରେଣ୍ଟାପାଟ,ଅଞ୍ଚଳ ସମେତ ବିଭିନ୍ନ ଅପରାଧ ପ୍ରବଣ ଅଞ୍ଚଳ ଉପରେ ନଜର ରଖିବାରେ ଏହା ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଭିତ୍ତିଭୂମି ସୁବିଧାର ଘୋର ଅଭାବ ଦେଖାଦେଇଛି। ବର୍ତ୍ତମାନ ବଡକମର ଠାରୁ ଖଡଗପ୍ରସାଦ ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଚାଲିବାକୁ ଥିବାବେଳେ ଚୋର ମାନଙ୍କର ଧିରେ ଧିରେ ଏଥ ପ୍ରତି ଚୋର ମାନଙ୍କର ଆଡା ସ୍ଥଳୀ ହୋଇଯିବ, ଏଥିପ୍ରତି ସାଆନ୍ଦା ଫାଣ୍ଡି ଟି ଏକ ପୁରୁଣା ହୋଇଗଲାଣି କର୍ମଚାରୀ ମାନେ ଆଜବେଷ୍ଟସ୍ ଘରେ ଚାଲୁଥିବା ବେଳେ ଫାଣ୍ଡି ଅଧିକାରୀ ମଧ୍ୟ ରୋସେଇ କରି ଛୋଟ ଆଜବେଷ୍ଟସ୍ ଘରେ ରହୁଛନ୍ତି। କାର୍ଯ୍ୟାଳୟରେ ପର୍ଯ୍ୟାପ୍ତ ବସିବା ବ୍ୟବସ୍ଥା,ଟେବୁଲ୍,ଚେୟାର,ଜେରକ୍ସ ମେସିନ୍ ଏବଂ ପିଇବା ପାଣି ଭଳି ମୌଳିକ ସୁବିଧା ଥିଲେ ମଧ୍ୟ ନଥିବାପରି ଅଭିଯୋଗ ହେଉଛି। ଏହା ଫଳରେ ପୋଲିସ କର୍ମଚାରୀମାନେ ବିଭିନ୍ନ ଅସୁବିଧା ମଧ୍ୟରେ କାର୍ଯ୍ୟ କରୁଥିବା ବେଳେ ସ୍ଥାନୀୟ ଲୋକ ଓ ଅତିଥିମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାଜ୍ୟର ଅନ୍ୟାନ୍ୟ ଥାନା ଓ ଫାଣ୍ଡିଗୁଡ଼ିକର ଉନ୍ନତି ପାଇଁ ସରକାର ଭବନ ନିର୍ମାଣ ଓ କର୍ମଚାରୀଙ୍କ ରହଣି ବ୍ୟବସ୍ଥା ପାଇଁ ଅର୍ଥ ବ୍ୟୟ କରୁଥିବା ବେଳେ କୁମୁସି ଫାଣ୍ଡିକୁ ଉପେକ୍ଷା କରାଯାଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ତେଣୁ ଫାଣ୍ଡିର ଭିତ୍ତିଭୂମି ଉନ୍ନତି ସହ ଫାଣ୍ଡିକୁ ଉନ୍ନୀତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
