କଳାହାଣ୍ଡି (କିଶନ ଶର୍ମା ) : ଅଦ୍ୟ ତା ୨୦.୦୭.୨୦୨୫ରିଖ ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସଏସନ ତତ୍ୱାବଧାନରେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାଜ୍ୟ ଜୁନିୟର ଓ ସବ ଜୁନିୟର ରାଙ୍କିଙ୍ଗ ପ୍ରତିଯୋଗିତା କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଉଦଯାପିତ ହୋଇଯାଇଅଛି।
ଉଦଯାପିତ ଉତ୍ସବରେ ଭବାନୀପାଟଣା ବିଧାୟକ ଶ୍ରୀ ସାଗର ଚରଣ ଦାସ ମୁଖ୍ୟ ଅତିଥି ଭାବେ ,ସମ୍ମାନିତ ଅତିଥି ଭାବରେ ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ସୁଦୀପ୍ତ ବିଷୋୟୀ,ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ,ପ୍ରତିଯୋଗିତା ରେଫରି ଶ୍ରୀମତୀ ରିତା ଦାସ, ନିମନ୍ତ୍ରିତ ଅତିଥି ଆନ୍ତର୍ଜାତିକ ବୈଷୟିକ ଅଧିକାରୀ ବିଜୟ କୁମାର ବାଗ,ରାଜ୍ୟ ବୈଷୟିକ କର୍ମକର୍ତା ସହ- ଅଧ୍ୟକ୍ଷ ଶ୍ରୀ ମନୋରଞ୍ଜନ ଦାସ ଓ ଜିଲ୍ଲା ସଂଘ ସମ୍ପାଦକ ତଥା ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ଶ୍ରୀ ସନ୍ଦିପ ମିଶ୍ର ଏବଂ ସଭାପତି ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ତୃତୀୟ ଦିନ ୨୦ଟି ସେମି ଫାଇନାଲ ଓ ୧୦ ଟି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୧୫ ବର୍ଷରୁ କମ ବାଳକ ଏକକ ବିଭାଗରେ କଟକର ହର୍ଷିତ ବେହେରା ବିଜେତା ଓ ସମ୍ବଲପୁରର ଆୟଙ୍କ ବେହେରା ଉପବିଜେତା, ୧୫ ବର୍ଷରୁ କମ ବାଳିକା ଏକକ ବିଭାଗରେ ଭୁବନେଶ୍ୱର ଖୋର୍ଦ୍ଧାର ନିମେସା ଓଝା ବିଜେତା ଓ କଟକର ସ୍ୱାତି ନାୟକ ଉପବିଜେତା,୧୫ ବର୍ଷରୁ କମ ବାଳକ ଯୁଗଳ ବିଭାଗରେ କଟକର ହର୍ଷିତ ବେହେରା ଓ ସମ୍ବଲପୁରର ଆୟଙ୍କ ବେହେରା ବିଜେତା ଓ ସୁନ୍ଦରଗଡର ଅଭିନବ ବଡେକ ଓ କଟକର ଔରୋଦେବ ମହାନ୍ତି ଉପବିଜେତା, ୧୫ ବର୍ଷରୁ କମ ବାଳିକା ଯୁଗଳ ବିଭାଗରେ ଭୁବନେଶ୍ୱର ଖୋର୍ଦ୍ଧାର ନିମେସା ଓଝା ଓ କଟକର ସ୍ୱାତି ନାୟକ ବିଜେତା ଓ ଭଦ୍ରକର ବୁଡୁପୁ ଲଷ୍ମୀ ରେଡି ଓ ଯାଜପୁରର ରିତିକା ଦାସ ଉପବିଜେତା, ୧୫ ବର୍ଷରୁ କମ ମିଶ୍ରିତ ଯୁଗଳରେ କଟକର ହର୍ଷିଦ ବେହେରା ଓ ଆଦ୍ୟସା ମହାପାତ୍ର ବିଜେତା ଓ ଭୁବନେଶ୍ୱର ର ଦୀପ୍ତଶୁ ଶର୍ମା ଓ ସମ୍ବଲପୁରର ଆଲ୍ୟସା ପ୍ରଧାନ ଉପବିଜେତା,୧୯ ବର୍ଷରୁ କମ ବାଳକ ଏକକ ବିଭାଗରେ ଭୁବନେଶ୍ୱର ଖୋର୍ଦ୍ଧାର ବାପୁନ ରାଉତ ବିଜେତା ଓ ଭୁବନେଶ୍ୱର ଖୋର୍ଦ୍ଧାର ସୌମ୍ୟାଜିତ ସାହୁ ଉପବିଜେତା,୧୯ ବର୍ଷରୁ କମ ବାଳିକା ଏକକ ବିଭାଗରେ ସୁନ୍ଦରଗଡର ଗୀତାଶ୍ରୀ ଦେ ବିଜେତା ଓ ସମ୍ବଲପୁରର ଅସ୍ୱୀକା ମିଶ୍ର ଉପବିଜେତା,୧୯ ବର୍ଷରୁ କମ ବାଳକ ଯୁଗଳ ବିଭାଗରେ ଭୁବନେଶ୍ୱର ଖୋର୍ଦ୍ଧାର ବାପୁନ ରାଉତ ଓ ବଲାଙ୍ଗିରର ଦିବ୍ୟମ କେଜରୀୱାଲ ବିଜେତା ଓ ମୟୁରଭଞର ଶ୍ରୀୟଂସ ଜେନା ଓ ଢେଙ୍କାନାଳର ଶୁଭ୍ରକେତନ ମଲ୍ଲିକ ଉପବିଜେତା,୧୯ ବର୍ଷରୁ କମ ବାଳିକା ଯୁଗଳ ବିଭାଗର ସମ୍ବଲପୁରର ଅସ୍ୱୀକା ମିଶ୍ର ଓ ଖୋର୍ଦ୍ଧାର ସିରିନ ସାଦ୍ଧିକି ବିଜେତା ଓ ଭୁବନେଶ୍ୱରର ଆଦ୍ୟା ପାଢ଼ୀ ଓ ରାୟଗଡର ସ୍ୱିଟିପ୍ରିୟା ପ୍ରଧାନ ଉପବିଜେତା,୧୯ ବର୍ଷରୁ କମ ମିଶ୍ରିତ ଯୁଗଳ ବିଭାଗର ବଲାଙ୍ଗୀରର ଜୟେସ ଅଗ୍ରୱାଲ ଓ ରାୟଗଡର ସ୍ୱିଟିପ୍ରିୟା ପ୍ରଧାନ ବିଜେତା ଓ କଟକର ଅଗସ୍ତ୍ୟ ନାୟକ ଓ ଖୋର୍ଦ୍ଧାର ଆଦ୍ୟା ପାଢ଼ୀ ଉପବିଜେତା ହୋଇଛନ୍ତି। ସରୋଜ ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ ମହେଶ କୁକ୍ରେଜI, ଶକ୍ତି ପ୍ରସାଦ ରଞ୍ଜନ ଯୋଶୀ, ରବି ସାହୁ, ରାମ ସାହୁ,ସନ୍ଦୀପ ଦାସ ପୁରସ୍କାର ବିତରଣ ପାଇଁ ସହଯୋଗ କରିଥିଲେ I ଅନ୍ୟମାନଙ୍କ ମଧ୍ୟରୁ ଉପସଭାପତି ଅରୁଣ ରଥ, ଉପସଭାପତି ସମୀର ସାହୁ, ଦୀପକ ସାଗର କୁମାର ରଞ୍ଜିତ ସାହୁ, ମାଣିକେଶ୍ବରୀ ମହାପାତ୍ର, ପରେଶ ପ୍ରଧାନ, ମାନସ ପ୍ରଧାନ, ମନୋଜ ପଣ୍ଡା, ଶୋଭାନ ଦତ୍ତ, ଅଶୋକ ପତି ବିଭିନ୍ନ ଦାୟିତ୍ୱ ମାନ ନେଇ ସହଯୋଗ କରିଥିଲେ I ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ସମ୍ପୂର୍ଣ ସଫଳ କରିବା ନେଇ ସଭାପତି ପ୍ରଦୀପ ଦାସ ସଂଘର ସମସ୍ତ ସଦସ୍ୟ, ପୋଲିସ, ସ୍ୱାସ୍ଥ୍ୟ ଟିମ,ସାମ୍ବାଦିକ,ଇଣ୍ଡୋର କର୍ମଚାରୀ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ମୁଖ୍ୟ ଅତିଥିଙ୍କୁ ତାଙ୍କର ବହୁମୂଲ୍ୟ ସମୟ ଦେଇଥିବା ଯୋଗୁଁ ଅଶେଷ ଧନ୍ୟବାଦ ଜଣାଇଥିଲେ I
