୧୯୦ ଗ୍ରାମ ହେରୋଇନ ସହ ଇଲେକ୍ଟ୍ରିକ ସ୍କୁଟି ଜବତ, ଜଣେ ଗିରଫ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ଅନନ୍ତପୁର ଥାନା ଅନ୍ତର୍ଗତ ଅନନ୍ତପୁର ହସ୍ପିଟାଲ ନିକଟରେ ଚଢ଼ାଉ କରି ଅବକାରୀ ଟିମ୍ ବିପୁଳ ପରିମାଣର ହେରୋଇନ୍ ଜବତ କରିଛି। ବାଲେଶ୍ୱର ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସୋର ଅବକାରୀ ଥାନା ଅଧିକାରିଣୀ ଅନିତା ସାହୁ ଓ ସହ-ଉପନିରୀକ୍ଷକ ବସନ୍ତ କୁମାର ବାରିକଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍ ଏହି ଅପରେସନ୍ କରିଥିଲେ। ଚଢ଼ାଉ ବେଳେ ଚିତ୍ତଳ ଗ୍ରାମର ଶଙ୍କର୍ଷଣ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ୧୯୦ ଗ୍ରାମ୍ ହେରୋଇନ୍ ଓ ଗୋଟିଏ ଇଲେକ୍ଟ୍ରିକ୍ ସ୍କୁଟି ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ବିଭାଗ ସୂଚନା ଦେଇଛି।
