ଓଡିଶା ର ପଛ ଛାଡ଼ୁନାହିଁ ବାତ୍ୟା
ପୁଣି ଆସୁଛି ବାତ୍ୟା। ଆଗାମୀ ୬ଘଣ୍ଟାରେ ଅବପାତ ହେବାର ସୂଚନା ମିଳିଛି ପରବର୍ତ୍ତୀ ୨୪ଘଣ୍ଟାରେ ବଙ୍ଗୋପସାଗରରେ ପୁଣି ବାତ୍ୟା ସମ୍ଭାବନା ଅଛି । ବାତ୍ୟା ସୃଷ୍ଟି ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ଅନୁମାନ କରାଯାଉଛି । ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
