ନବରାତ୍ରୀର ସପ୍ତମୀ ରେ ମା’ ବୁଢ଼ୀମା ଠାକୁରାଣୀଙ୍କ ମନ୍ଦିରରେ ସିଂହ ପ୍ରାଣପ୍ରତିଷ୍ଠା।
ରିପୋର୍ଟ :- ରାଜକିଶୋର ସାବତ
ଶେରଗଡ : ପବିତ୍ର ନବରାତ୍ରୀ ଅବସରରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମର ଆରାଧ୍ୟ ଦେବୀ ମା’ ବୁଢ଼ୀମା ଠାକୁରାଣୀଙ୍କ ମନ୍ଦିର ପ୍ରବେଶଦ୍ୱାରରେ ସିଂହ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଧାର୍ମିକ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା।ଏହି ପବିତ୍ର ଗର୍ଭଣା ସଙ୍କନ୍ତି ଓ ସପ୍ତମୀ ଅବସରରେ ମୁଖ୍ୟ ପୁରୋହିତ ଶ୍ରୀ ସୁବାଷ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ପୂଜାପାଠ ଓ ବୈଦିକ ରୀତିନୀତି ସମ୍ପନ୍ନ ହୋଇଥିଲା। ଧାର୍ମିକ କାର୍ଯ୍ୟର କର୍ତ୍ତା ଭାବେ ମନୋରଞ୍ଜନ ସାବତ ଓ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ସାବତ ଦାୟିତ୍ୱ ତୁଲାଇଥିଲେ। ସେବକ ଭାବେ ସନ୍ତୋଷ ଡାକୁଆ ନିଜର ସେବା ଅର୍ପଣ କରିଥିଲେ।ଏହି ଅବସରରେ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ମା’ ବୁଢ଼ୀମା ଠାକୁରାଣୀଙ୍କ କୃପା ଓ ଆଶୀର୍ବାଦ ଲାଭ କରିବା ପାଇଁ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଏହି ଧାର୍ମିକ କାର୍ଯ୍ୟକ୍ରମରେ ସୋନୁଭାଇ, ପିଣ୍ଟୁ ପଣ୍ଡା, କେଦାରନାଥ ପାଢ଼ୀ, ଦୁର୍ଗାମାଧବ ପାଢ଼ୀ, କ୍ଷୀରୋଦ ପାଢ଼ୀଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ। ସମସ୍ତଙ୍କ ସାମୂହିକ ସହଯୋଗରେ ଏହି ପବିତ୍ର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା।
