ଢେଙ୍କାନାଳରେ ମୋଡିଫାଏଡ୍ ସାଇଲେନ୍ସର ଉପରେ ପୋଲିସର ବଡ ଆକ୍ସନ୍ !
୫୦ ଗୋଟି ସାଇଲେନ୍ସର ଉପରେ ଚାଲିଲା ରୋଲର୍, ଅମାନିଆ ବୁଲେଟ୍ ଚାଳକଙ୍କୁ ଚେତାବନୀ ଦେଲା ଢେଙ୍କାନାଳ ପୋଲିସ
ଢେଙ୍କାନାଳ (ନି.ପ୍ର) : ରାସ୍ତାରେ ବୁଲେଟ୍ ଚଳାଉଛନ୍ତି କି? ଗାଡ଼ିରେ ଲଗାଇଛନ୍ତି କି ମୋଡିଫାଏଡ୍ ସାଇଲେନ୍ସର? ତେବେ ହୋଇଯାଆନ୍ତୁ ସାବଧାନ! ଗାଡ଼ିରୁ ବାହାରୁଥିବା ଫଟ୍ଫଟ୍ ଉଚ୍ଚ ଶବ୍ଦ ଏବେ ଆପଣଙ୍କୁ ମହଙ୍ଗା ପଡ଼ିପାରେ,ଅମାନିଆ ବୁଲେଟ୍ ଚାଳକଙ୍କ ବିରୋଧରେ ଆକ୍ସନ୍ ମୋଡ୍ରେ ଢେଙ୍କାନାଳ ପୋଲିସ, ଟାଉନ୍ ଥାନା ସମ୍ମୁଖରେ ରାସ୍ତା ଉପରେ ଜବତ ହୋଇଥିବା ୫୦ ଟି ମୋଡିଫାଏଡ୍ ସାଇଲେନ୍ସର ଉପରେ ଚଳାଯାଇଛି ରୋଲର୍, ଏହା ସହିତ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି।
ଢେଙ୍କାନାଳ ସହରରେ ବୁଲେଟ୍ରେ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ଉଚ୍ଚ ଶବ୍ଦ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ସାବାଡ଼ କରିବାକୁ ପୋଲିସର କଡ଼ା ପଦକ୍ଷେପ ନେଇଛି,ଟାଉନ୍ ଥାନା ସମ୍ମୁଖରେ ଜବତ ହୋଇଥିବା ୫୦ଟି ମୋଡିଫାଏଡ୍ ସାଇଲେନ୍ସରକୁ ରୋଲର୍ ଚଢ଼ାଇ ନଷ୍ଟ କରାଯାଇଛି..
ସହରରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରି ଜନସାଧାରଣଙ୍କୁ ହଇରାଣ କରୁଥିବା ଏଭଳି ଚାଳକଙ୍କ ବିରୋଧରେ ପୋଲିସ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ସହ ମୋଡିଫାଏଡ୍ ସାଇଲେନ୍ସର ଜବତ କରାଯାଉଛି।
ଆଗକୁ ପାର୍ବଣ ଋତୁ ଥିବାରୁ ଶାନ୍ତିଶୃଙ୍ଖଳା ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇଛି ପୋଲିସ,ଏଭଳି ସାଇଲେନ୍ସର ବ୍ୟବହାର ନକରିବାକୁ ଢେଙ୍କାନାଳ ଏସ୍ପି ଗାଡ଼ି ଚାଳକଙ୍କୁ ଅପିଲ୍ କରିଛନ୍ତି, ନିୟମ ଉଲ୍ଲଂଘନ କଲେ ଜରିମାନା ସହ ସାଇଲେନ୍ସର ନଷ୍ଟ କରାଯିବା ଭଳି କଠୋର ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି.
ଏଥିସହ ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସ୍ପଷ୍ଟ କରିଛି ପୋଲିସ.
ତେଣୁ ଗାଡ଼ିରେ ନିୟମ ବିରୋଧୀ ମୋଡିଫାଏଡ୍ ସାଇଲେନ୍ସର ଲଗାଇ ରାସ୍ତାରେ ଉଚ୍ଚ ଶବ୍ଦ କରି ଗାଡ଼ି ଚଳାଉଥିଲେ ସାବଧାନ ହୋଇଯାଆନ୍ତୁ। ନିୟମ ମାନନ୍ତୁ, ଶବ୍ଦ ପ୍ରଦୂଷଣ ରୋକନ୍ତୁ ଏବଂ ଦାୟିତ୍ୱବାନ ଚାଳକ ହୁଅନ୍ତ
ଢ଼େଙ୍କାନାଳ ରୁ ଏକାଦଶୀ ବେହେରା ଙ୍କ ରିପୋର୍ଟ ଭଞ୍ଜ ଦୂତ ନିଜ
