ପାସପୋର୍ଟ ହାତେଇବାରେ ଅପରାଧୀ ସକ୍ରିୟ, ଘଟଣା ର ତଦନ୍ତ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ l
ଜଗତସିଂହପୁର(ନି.ପ୍ର):
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରସଲପୁର ଗ୍ରାମର ସେକ ଖୁଲାମ ଜିଲାନିଙ୍କ ପୁଅ ସେକ ତମିଜ ଉଦିନଙ୍କ ବିରୋଧରେ ତିର୍ତ୍ତୋଲ ଥାନା କେସ ନଂ ୧୧୬/୧୬ କୁ ଭିତିକରି ମାନ୍ୟବର ଜଗତସିଂହପୁର ଜିଲ୍ଲା ମୁଖ୍ୟ ବିଚାରପତି ଗତ ୧୫.୭.୨୦୨୩ରେ ସେକ ତମିଜ ଉଦିନକୁ ଦଣ୍ଡାଦେଶ କରିଥିଲେ। ଅପରାଧିକ ମାମଲାରେ ଜଡିତ ଥିବାରୁ ଓ କୋର୍ଟ ଦ୍ଵାରା ଦଣ୍ଡିତ ହୋଇଥିବା ସେକ ତମିଜ ଉଦିନ ଙ୍କୁ କେନ୍ଦ୍ର ସରକାର ଙ୍କ ପାସପୋର୍ଟ ନଂ ୨୨୪୦୬୧୩୧ ମିଳିବା ଘଟଣା ଜିଲ୍ଲାରେ ବର୍ତମାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସେ ଚତୁରତାର ସହିତ ଆବୁଧାବି (ଦୁବାଇ) ଠାରେ ଥିବା ଭାରତୀୟ ଦୂତାବାସରେ ଚଞ୍ଚକତା ପୂର୍ବକ ପାସପୋର୍ଟ ହାତେଇ ନେଇଛି ନଚେତ ଭୁବନେଶ୍ୱର ଠାରେ ଥିବା ଆଞ୍ଚଳିକ ପାସପୋର୍ଟ ଆଫିସରୁ ପାସପୋର୍ଟ ହାତେଇଛନ୍ତି। ଉକ୍ତ ପାସପୋର୍ଟ ପାଇବା ପରେ ସେ ବିଭିନ୍ନ ସମୟରେ ଦୁବାଇରୁ ଓଡିଶା ଆସି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛି । ଯାହାକି ପାସପୋର୍ଟ ନିୟମ ଧାରା ୧୦/୩ ଓ ପାସପୋର୍ଟ ଆଇନ ୧୯୬୭ର ବିରୋଧାଚରଣ କରୁଛି। ଏଭଳି ଅପରାଧିକୁ ପାସପୋର୍ଟ ମିଳିବା ଘଟଣାର ଏକ ଉଚସ୍ତରୀୟ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏସ.ପି, ଆଇଜି ପୋଲିସ, ଡିଜି(କ୍ରାଇମ), ଭାରତୀୟ ଦୂତାବାସ ଓ ଆଞ୍ଚଳିକ ପାସପୋର୍ଟ ଅଫିସକୁ ରସଲପୁର ଗ୍ରାମର ସ୍ୱର୍ଗତ ଇଦ୍ରୀସ ଖାନଙ୍କ ସ୍ତ୍ରୀ ତେହେରା ଖାନ ଅଭିଯୋଗ କରିବା ସହିତ ନ୍ୟାୟାଳୟ ନିର୍ଦ୍ଧେଶନାମା ନକଲ ବି ଦାଖଲ କରିଛନ୍ତି। ଏ ଦିଗରେ ଜିଲ୍ଲା ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲ ପକ୍ଷରୁ ଦାବି ହୋଇଛି l
