ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ ଢ଼େଙ୍କାନାଳ କଙ୍କଡ଼ାହାଡ଼ : କଙ୍କଡ଼ାହାଡ଼ ବ୍ଳକ୍ ମହାବିରୋଡ଼ ରେଞ୍ଜ ଦଶୀପୁର ଗ୍ରାମ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ବ୍ୟାପକ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ହାତୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି। ଏହି ଅଞ୍ଚଳର ଜନସାଧାରଣ ବିଶେଷ କରି ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ହାତୀ ଫସଲ ଉଜାଡ଼ି ଦେଉଥୁବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଗତ ରାତିରେ ଦଶୀପୁର ଗ୍ରାମର ଦୁଃଶାସନ ଦେହୁରୀ,ଭ୍ରମରବର ଦେହୁରୀଙ୍କ ଧାନଫସଲକୁ ହାତୀ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ସକାଳେ ଉଜୁଡ଼ା ଧାନବିଲକୁ ଦେଖ୍ ଚାଷୀ କୋହ ସମ୍ଭାଳି ପାରିନଥିଲେ। ଦଶୀପୁର ଅଞ୍ଚଳରେ ଏବେ ବେ ୬ଟିକିଆ ହାତୀପଲ ରହିଥିବା ବେଳେ ସେମାନଙ୍କୁ ତୁରନ୍ତ ଅଞ୍ଚଳରୁ ଘଉଡ଼ାଇବାକୁ ଦାବି ହୋଇଛି। ଏ ସମ୍ପର୍କରେ ମହାବିରୋଡ଼ ରେଞ୍ଜ ଅଧିକାରୀ। ସୁଶାନ୍ତ କୁମାର ପାତ୍ରଙ୍କ କହିଛନ୍ତି,ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ। ଅଞ୍ଚଳର ଜନସାଧା ସୁରକ୍ଷା ଦୃଷ୍ଟିରୁ ନିୟମିତ ପାଗ୍ରେଲିଂ କରାଯାଉଛି। ହାତୀର ଗତିବିଧି ଲକ୍ଷ୍ୟ କରାଯାଇ ଘଉଡ଼ାଇବା ପାଇଁ ଏକ ସ୍ବତନ୍ତ୍ର ଦଳ କାମ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
