*ବାଣ ବିସ୍ପରଣ ପରେ ପୁଲିସ ର ବଡ଼ ଆକ୍ସନ*
*ବିଫୁଳ ବିସ୍ପରକ ସାମଗ୍ରୀ ଜବତ ତିନି ଗିରଫ*
ତିର୍ତ୍ତୋଲ-( ନି.ପ୍ର )ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ପଟିଲୋ ପଂଚାୟତ ଅନ୍ତର୍ଗତ ମହିଳ ଗ୍ରାମରେ ଚାଲିଥିବା ବେଆଇନ ବାଣ ତିଆରି କାରଖାନା ଉପରେ ତିର୍ତୋଲ ପୋଲିସ ଆଜି ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।
କନକପୁର ଫାଣ୍ଡି ଅଧିକାରୀ ଏସ.ଆଇ ବିଶ୍ୱଜିତ ଗଡନାୟକ ନିୟମିତ ପାଟ୍ରୋଲିଂରେ ଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚାନ୍ଦପୁର ସୁରେଶ ଚନ୍ଦ୍ର ଦାସ (୫୬) ଏବଂ ମହିଳ ଗ୍ରାମ ର ଅଭିମନ୍ୟୁ ନାୟକ (୬୪) ଓ ନୃସିଂହ ଚରଣ ରାଉତ (୫୨)ଙ୍କ ଘରେ ଚଢ଼ାଉ କରିଥିଲେ। ସାକ୍ଷୀଙ୍କ ଉପସ୍ଥିତିରେ ଉଭୟଙ୍କ ଷ୍ଟୋର ରୁମରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
ଅଭିମନ୍ୟୁ ନାୟକଙ୍କ ଘରୁ ୧୨ଟି ସୁତୁଳି ବୋମା, ୧.୫ କେଜି ବନ୍ଧୁକ ବାରୁଦ, ୩ କେଜି କଳା ପାଉଡର, ଫ୍ଲାସ ପାଉଡର, ଅଙ୍ଗାର ସଟ୍, ଗଙ୍ଗାଜମୁନା, ଧପଧପି,ବଣ୍ଡଲ ସହ ବୋମା ତିଆରି ସରଞ୍ଜାମ ଜବତ ହୋଇଛି। ସେହିପରି ନୃସିଂହ ଚରଣ ରାଉତଙ୍କ ଘରୁ ୨୧ଟି ସୁତୁଳି ବୋମା ସହ ବିପୁଳ ବାରୁଦ ଜବତ ହୋଇଛି।
ଏ ନେଇ ତିର୍ତ୍ତୋଲ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।
