*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡି ଗ୍ରାମ ଚିତ୍ତ ରଞ୍ଜନ ରାଉତ ଙ୍କ ଗତକାଲି ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ମୃତ୍ୟୁ ବେଳକୁ ୫୩ ବର୍ଷ*।
ନୂଆପଡା(ମିଖାଏଲ ନନ୍ଦ) ତା:୧୩.୧୦.
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡି ଗ୍ରାମ ଡଃ.ଚିତ୍ତ ରଞ୍ଜନ ରାଉତ ଙ୍କ ଦେହାନ୍ତ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଯାଇଛନ୍ତି। ସେ ଜଣେ ଭଦ୍ର, ମିଷ୍ଠ ଭାଷୀ ଏବଂ ଅମାୟିକ ବ୍ୟକ୍ତିତ୍ଵ ଥିଲେ। ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁଷ ଡାକ୍ତର ଦୀର୍ଘ ଦିନ ରୁ କାର୍ଯ୍ୟ କରିଆସୁଥିବା ବେଳେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବାର ଅନନ୍ୟା ପ୍ରୟାସ କରୁଥିଲେ। ଗତ କାଲି ତାଙ୍କ ହୃଦଘାତ ରେ ଖଡ଼ିଆଳ ମିଶନ ଠାରେ ଦେହାନ୍ତ ହୋଇଅଛି। ୨୦.୦୮.୧୯୭୩ ରେ ଜନ୍ମ ହୋଇଥିବା ବେଳେ ମୃତ୍ୟୁ ବେଳକୁ ୫୩ ବର୍ଷ ହୋଇଥିଲା। ତାଙ୍କ ଦୁଇ ଭାଇ ଆଇନଜୀବୀ ମନୋରଞ୍ଜନ ରାଉତ ଏବଂ ବନ୍ ବିଭାଗ କାର୍ଯ୍ୟରତ ରମାରଞ୍ଜନ ରାଉତ ଉପସ୍ଥିତ ଥିଲେ। ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶୋକାକୂଳ ପରିବାରକୁ ସମବେଦନା ଜଣାଇ ଆମର ଆତ୍ମାର ସଦଗତି କାମନା କରିଛନ୍ତି। ଆଜି ତାଙ୍କ ପିତୃକ୍ ଗ୍ରାମରେ ସେଶକୃତ୍ୟ ସମ୍ପର୍ଣ୍ଣ ହେବ।
