ନରାଜପୁର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ଆଗରପଡ଼ା,( ନିପ୍ର) ନରାଜପୁର କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ପ୍ରଦୀପ ପଲେଇଙ୍କ ତତ୍ତ୍ଵାବଧାନରେ ୨୨ଗୋଟି ପ୍ରତିଯୋଗୀତାରେ ୧୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଅତିଥି ଭାବେ ପ୍ରାକ୍ତନ ଅଧ୍ୟାପକ ଗୋବିନ୍ଦ ସାହୁ ଓ ସରପଞ୍ଚ ମାଳତୀଲତା ପୃଷ୍ଟି ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବା ସହ ୧୧ ଜଣ ପ୍ରାକ୍ତନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ସଭାରେ ପ୍ରାକ୍ତନ ଶିକ୍ଷକ ପଞ୍ଚାନନ ପୃଷ୍ଟିଙ୍କ ମଞ୍ଚ ସଞ୍ଚାଳନରେ ପ୍ରଧାନଶିକ୍ଷକ ଶରତ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ତ୍ରିପାଠୀ, ଶିକ୍ଷକ ଅମରେନ୍ଦ୍ର ଦାଶ ପୁରସ୍କାର ବିତରଣରେ ସହଯୋଗ କରିଥିଲେ ।
