ବାଲିଗୁଡା : (ନି.ପ୍ର )୮/୧୦ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭବାଲିଗୁଡ଼ା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ ବାଜିଛି। ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ବାଚନ ସମ୍ବନ୍ଧୀୟ ଏକ ନୋଟିସ୍ (Notice No: 1077/ACB/2026, Date: 07.10.2026) ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ, +୩ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର କଳା (Arts), ବାଣିଜ୍ୟ (Commerce) ଏବଂ ବିଜ୍ଞାନ (Science) ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ନିମନ୍ତେ ମନୋନୟନ ପତ୍ର (Nomination Paper) ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି।
